ବିଜେଡି ଜିଲ୍ଲା ଉପ ସଭାପତି ଦାୟିତ୍ଵ ମିଳିଲା ବୀରମହାରାଜପୁର ର କିଶୋର ହୋତା ଓ ସାଧାରଣ ସମ୍ପାଦକ ହେଲେ ସତ୍ୟଞ୍ଜୀବ ମିଶ୍ର
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବିଜେଡି କମିଟି ଘୋଷଣା ହେଲା ପରେ ଦୁଇ ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କୁ ମିଳିଛି ଜିଲ୍ଲାର ବଡ ଦାୟିତ୍ୱ l ଛାତ୍ର ରାଜନୀତି ରୁ ଆସିଥିବା କିଶୋର ହୋତା ବୀରମହାରାଜପୁର ମହାବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ସଂସଦ ସଭାପତି ନିର୍ବାଚିତ ହୋଇଥଲେ, ପରେ ସେ ବିଭିନ୍ନ ରାଜନୈତିକ ଦଳ ର ରାଜ୍ୟ ପଦାଧିକାରୀ ରହିଥିବା ବେଳେ ୨000ମସିହାରେ ରେ ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ଭାବରେ ସମତା ପାର୍ଟି ରୁ ନିର୍ବାଚନ ଲଢ଼ି ଚହଳ ସୃଷ୍ଟି କରିଥିଲେ l ୨0୨୨ ମସିହାରେ ବିଜେପି ଛାଡି ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ l ବିଜେଡି ତାଙ୍କୁ ବିଶ୍ୱାସ କୁ ନେଇ ଦ୍ଵିତୀୟ ଥର ପାଇଁ ଜିଲ୍ଲା ଉପ ସଭାପତି ଦାୟିତ୍ୱ ଅର୍ପଣ କରିଛି l ଠିକ ସେହିପରି ଦଳ ର ଟାଣୁଆ ଯୁବ ନେତୃତ୍ୱ ସତ୍ୟଞ୍ଜୀବ ମିଶ୍ର ଗଙ୍ଗାଧର ମହାବିଦ୍ୟାଳୟ ସମ୍ବଲପୁର ର ପ୍ରାକ୍ତନ ଛାତ୍ର ସଂସଦ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ l ସେମଧ୍ୟ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ଦ୍ଵିତୀୟ ଥର ମନୋନୀତ ହୋଇ ଦଳର ନିଷ୍ଠାବାନ କର୍ମୀ ଭାବରେ କାର୍ଯ୍ୟ ତୁଲାଇବେ ବୋଲି ପ୍ରକାଶ କରିଛନ୍ତି l ଦଳ ର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ଉଭୟ ନେତା ସଂଗଠନ କୁ ଆହୁରି ସହାୟକ ହେବେବୋଲି ଦଳପକ୍ଷରୁ ତାଙ୍କୁ ଦ୍ଵିତୀୟ ଥର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର କମ୍ପ ତାଙ୍କ ଟିମ ରେ ସାମିଲ କରିଛନ୍ତି l ଉଭୟଙ୍କ ବଳିଷ୍ଠ ନେତୃତ୍ୱ ପାଇଁ ବିଜେଡି ଅଧିକ ଲାଭବାନ ହେବବୋଲି ଚର୍ଚ୍ଚା ହେଉଛି l

