ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାରଙ୍କ ଭେଟି; ବରିଷ୍ଠ ଆଇପିଏସ ଅଧିକାରୀଙ୍କ ପଦୋନ୍ନତି
ଭୁବନେଶ୍ୱର, ୩୧।୧୨: ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି। ରାଜ୍ୟର ବରିଷ୍ଠ ଆଇପିଏସ୍ ଅଧିକାରୀ ମାନଙ୍କର ପଦୋନ୍ନତି କରିଛନ୍ତି ସରକାର। ରାଜ୍ୟ ସରକାରଙ୍କ ତରଫରୁ ନୂଆବର୍ଷ ଅବସରରେ ଆଇପିଏସ ଅଫିସର ମାନଙ୍କୁ ଉପହାର।
ସୂଚନା ଅନୁସାରେ, ବର୍ଷ ଶେଷରେ ରାଜ୍ୟ ସରକାର ଆଇପିଏସ ଅଫିସର ମାନଙ୍କ ପଦବୀରେ ଉନ୍ନତି କରିଛନ୍ତି। ଆଇଜି ଏସ୍ ସାଇନିଙ୍କୁ ଅତିରିକ୍ତ ଡିଜି ପଦବୀ, ଆଇପିଏସ୍ ମଡକର ସନ୍ଦୀପ ସମ୍ପତଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇପିଏସ୍ ସୁଧାଂଶୁ ଶେଖର ମିଶ୍ରଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି କରିଥିବା ସୂଚନା ରହିଛି।
ସେପଟେ ସତ୍ୟଜିତ ନାୟକ, ଉମାଶଙ୍କର ଦାସଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ କେନ୍ଦ୍ର ଡେପୁଟେସନରେ ଯାଇଥିବା ଶ୍ରୀପ୍ରକାଶ ଆରଙ୍କୁ, ଅନୁପମା ଜେମସ, ଏଲ ଦିବ୍ୟା ଭିଙ୍କୁ ଆଇଜିଙ୍କ ପଦବୀରେ ମଧ୍ୟ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର।

