Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଙ୍ଘ ଠାରେ ଜିଲ୍ଲା ଅଟଳ ବିହାରୀ ସ୍ମୃତି କମିଟି ପକ୍ଷରୁ ଶତ ବାର୍ଷିକୀ ପାଳିତ ହୋଇଯାଇଛି l ଅଟଳବିହାରୀ ବାଜପେୟୀ ସ୍ମୃତି କମିଟି ଅଧ୍ୟକ୍ଷ ବେଣୁଧର ଦାଶଙ୍କ ଅଧ୍ୟକ୍ଷତା ରେ ବରିଷ୍ଠ ନାଗରିକ ସଙ୍ଘ ର ସମ୍ପାଦକ ସନ୍ତୋଷ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବିଶିଷ୍ଟ କବି ଡ଼କ୍ଟର ଦ୍ଵିତୀକୃଷ୍ଣ ପଣ୍ଡା ସଂଯୋଜନା କରିଥିବା ବେଳେ ଏକ ମନୋଜ୍ଞ କବିତା ପାଠ ଅନୁଷ୍ଠିତ ହୋଇଥିଲା l କବି କିଶୋର କୁମାର ହୋତା , ଅକ୍ଷୟ ରାଏ , ଯୁଗଳ କିଶୋର ମିଶ୍ର , ବାସୁଦେବ ରଥ , ରାଧେଶ୍ୟାମ ପୁରୋହିତ , ଦ୍ଵିତୀକୃଷ୍ଣ ପଣ୍ଡା ପ୍ରମୁଖ ବାଜପେୟୀ ଙ୍କ ଉପରେ ସ୍ୱରଚିତ କବିତା ପାଠ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ରୋହିତ ହୋତା, ବିପିନ ବିହାରୀ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ରମେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories