ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ଉଗ୍ରସେନ ବିଶାଳ ଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ
ବୀରମହାରାଜପୁର :
ବରିଷ୍ଠ ନାଗରିକ ସଂଗଠନ, ବୀରମହାରାଜପୁରର ବୟୋଜ୍ୟେଷ୍ଠ ସଦସ୍ୟ ଉଗ୍ରସେନ ବିଶ୍ବାଳଙ୍କ ତିରୋଧାନରେ ଗୁରୁବାର ପୂର୍ବାହ୍ନ ୧୧-୦୦ ଘଣ୍ଟା ସମୟରେ କାର୍ଯ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥ ଏ ସଂକ୍ରାନ୍ତରେ ଏକ ଶୋକ ପ୍ରସ୍ତାବ ଆଣିଥିଲେ। ସ୍ବର୍ଗତ ବିଶ୍ବାଳଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ପରେ ଭୂଷଣ କୁମାର ପାତ୍ର ଏବଂ ସୁରୁ ସାହୁ ସ୍ବର୍ଗତ ବିଶ୍ବାଳଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଶୋକସଭାରେ ଅନୁଷ୍ଠାନର ସଦସ୍ୟ ଦ୍ବିତୀକୃଷ୍ଣ ପଣ୍ଡା , ଅଦ୍ଵୈତ ପଣ୍ଡା , ଦୟାନିଧି ହୋତା , ଶିବ ଖମାରୀ , ନାରାୟଣ ନାୟକ, ସନ୍ତୋଷ ଷଡ଼ଙ୍ଗୀ , ସୌମିତ୍ରୀ ମେହେର , ରମେଶ ପଣ୍ଡl , ଗୋପୀନାଥ ମହାକୁର,ଶ୍ୟାମ ସେଠୀ , ଅକୃର ଦନ୍ତା , ଚମରା ମହାକୁର , ରତ୍ନାକର ମହାକୁର , ଦିଲ୍ଲିପ ତ୍ରିପାଠୀ , ବଳରାମ କାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

