Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ରାଜପଥ କନିଷି ଛକ ଠାରେ ଟ୍ରକ ଧକ୍କାରେ ମଇଁଷି ଚରାଳିଙ୍କ ମୃତ୍ୟୁ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ କନିଷି ଛକ ଠାରେ ଆଜି ବଡ଼ି ଭୋର ୫ ଟା ସମୟରେ ଜଣେ ମଇଁଷି ଚରାଳିଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ମନୋହରା ଗ୍ରାମର ଟି ଜଗଆପଆତ୍ର(୩୫) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ମୃତକ ଜଗାଙ୍କ ସମେତ ଅନ୍ୟ ୩ ଜଣ ମଇଁଷି ଚରାଳି ମଦନମୋହନ ପୁରରୁ ମଇଁଷି ଧରି କନିଷି ଯାଉଥିବା ବେଳେ କନିଷ ଛକ ଠାରେ ବ୍ରହ୍ମପୁରରୁ ଇଚ୍ଛାପୁର ଆଡକୁ ଯାଉଥିବା ଏକ ଦୃତଗାମୀ ଟ୍ରକ ଜଗା କୁ ଧକ୍କା ଦେଇଥିଲା। ଫଳରେ ଜଗା ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।ଖବର ପାଇ ଗୋଳନ୍ଥରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ବ୍ୟବଛେଦ ନିମନ୍ତେ ପଠାଇଛି। ଏହାସହ ଘଟଣାର ତଦନ୍ତ ଜାରି ରଖିଥିବା ପୁଲିସ ସୂଚନା ଦେଇଛି।