Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାନୁଆରୀ ୧୦ରୁ ମିଳିବ ଗ୍ରୀନ ଷ୍ଟିକର! କେଉଁଠୁ ଆଉ କିପରି ପାଇବେ ଏହି ଷ୍ଟିକର ଜାଣନ୍ତୁ…..

ଭୁବନେଶ୍ଵର,୨।୧ : ଆସନ୍ତା ମାର୍ଚ୍ଚ ମାସରୁ ସମସ୍ତ ଗାଡ଼ିରେ ଗ୍ରୀନ ଷ୍ଟିକର ଲାଗିବା ବାଧ୍ୟତାମୂଳକ କରାଯିବ। ପ୍ରଦୂଷଣ ସାର୍ଟିଫିକେଟ ଥିଲେ ସହଜରେ ମିଳିଯିବ ଗ୍ରୀନ ଷ୍ଟିକର। ଗାଡ଼ିରେ ଏହି ଷ୍ଟିକର ରହିଥିଲେ ଆପଣ ପେଟ୍ରୋଲ୍ ପମ୍ପରୁ ପେଟ୍ରୋଲ କିମ୍ବା ଡିଜେଲ ଭର୍ତ୍ତି କରିବାରେ କୌଣସି ସମସ୍ୟା ରହିବ ନାହିଁ। ତେବେ କେଉଁଠୁ ପାଇବେ ଏହି ଗ୍ରୀନ ଷ୍ଟିକର ତାହା ବିଷୟରେ ଜାଣି ରଖନ୍ତୁ……

ଯଦି ଆପଣଙ୍କ ପାଖରେ PUCC ସାର୍ଟିଫିକେଟ୍ ରହିଛି ତାହାଲେ ନିଶ୍ଚିନ୍ତ ରୁହନ୍ତୁ। ଆପଣ ଅତି ସହଜରେ ଗ୍ରୀନ୍ ଷ୍ଟିକର୍ ହାସଲ କରିପାରିବେ। ଏନେଇ ସରକାର କରିଛନ୍ତି ସ୍ବତନ୍ତ୍ର ବ୍ୟବସ୍ଥା। ଏଣିକି ସବୁ RTO ଗୁଡ଼ିକରେ ସ୍ପେଶାଲ କାଉଣ୍ଟର ଖୋଲାଯିବ। ଯେଉଁଥିରେ ଗାଡ଼ି ମାଲିକମାନେ ନିଜ ନିଜପ୍ରଦୂଷଣ ସାର୍ଟିଫିକେଟର ପ୍ରମାଣ ଦେଖାଇ ଗ୍ରୀନ୍ ଷ୍ଟିକର ନେଇପାରିବେ। ତେବେ ଏହି ବ୍ୟବସ୍ଥା ଜାନୁଆରୀ ୧୦ ତାରିଖରୁ ରାଜ୍ୟ ସମସ୍ତ ଆର୍ଟିଓରେ ଆରମ୍ଭ ହେବା ନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇଛି। ଅନ୍ୟପଟେ, ଯେଉଁମାନେ ଗାଡ଼ିର ପ୍ରଦୂଷଣ ଏ ପର୍ଯ୍ୟନ୍ତ କରିନାହାନ୍ତି କିମ୍ବା ଆଗକୁ କରିବାର ରହିଛି ସେମାନେ ମଧ୍ୟ ଏହି ଗ୍ରୀନ୍ ଷ୍ଟିକର ପାଇବେ । ନୂତନ ନିୟମ ଅନୁସାରେ, ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର ବା ମୋବାଇଲ ୟୁନିଟ୍ ଗୁଡ଼ିକରେ ଗାଡ଼ିର ନମ୍ବର ପ୍ଲେଟ ଯାଞ୍ଚ କଲା ପରେ ଆପଣଙ୍କ ଗାଡ଼ି ସେଥିରେ ପାସ୍ କରେ। ତା ହେଲେ ସେଠାରୁ ହିଁ ଆପଣ ଗ୍ରୀନ୍ ଷ୍ଟିକ୍ର ସହଜରେ ପାଇ ପାରିବେ ଏହା ସହିତ ଆପଣଙ୍କୁ ଆଉ ଆର୍ଟିଓ ଅଫିସ ର ଚକ୍କର କାଟିବାକୁ ପଡିବନାହିଁ। ଏନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁସାରେ, କେବଳ ଉପଯୁକ୍ତ ପ୍ରଦୂଷଣ ସାର୍ଟିଫିକେଟ୍ ଥିବା ଯାନବାହାନଗୁଡ଼ିକୁ ହିଁ ଗ୍ରୀନ ଷ୍ଟିକର୍ ଦିଆଯିବ। ଗ୍ରୀନ ଷ୍ଟିକର୍ ଦେବା ପୂର୍ବରୁ ଆର୍‌ଟିଓ ଅଧିକାରୀମାନେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ବିବରଣୀ ଏବଂ ଗାଡ଼ିର ଡାଟାବେସ୍‌ରେ ଥିବା ସମସ୍ତ ରେକର୍ଡକୁ ଯାଞ୍ଚ କରିବେ।ଭଲ ଭାବେ ଯାଞ୍ଚ କରିବା ପରେ ଏହି ଗ୍ରୀନ ଷ୍ଟିକର ଗାଡି ଚାଳକଙ୍କୁ ବା ଗାଡ଼ିର ମାଲିକଙ୍କୁ ପ୍ରଦାନ କରାଯିବ। ସେପଟେ ଗାଡ଼ିର ପ୍ରଦୂଷଣ ପ୍ରମାଣ ପତ୍ର ବନାଇବା ପାଇଁ ସରକାର ଫ୍ରେବୃଆରି ପରିବର୍ତ୍ତେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଅବଧିକୁ ବଢ଼ାଇ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ