ନଦୀ ବ୍ରିଜ ତଳେ ତେଜରାତିି ବ୍ୟବସାୟୀଙ୍କ ମୃତଦେହ; ଘଟଣାରେ ପୋଲିସର ତଦନ୍ତ ଆରମ୍ଭ
ବଲାଙ୍ଗୀର,୩|୧: ତୁଷୁରା ତେଲ ନଦୀ ବ୍ରିଜ ତଳେ ପଡ଼ିଛି ତେଜରାତି ବ୍ୟବସାୟୀଙ୍କ ମୃତ ଦେହ। ହତ୍ୟା ନା ଆତ୍ମହତ୍ୟା? ନେଇ ବଢିଛି ସନ୍ଦେହ! ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳରେ | ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି |
ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ସ୍ଥିତ ଗୁଡଭେଳା ରାସ୍ତା ଉପରେ ଥିବା ତେଲ ନଦୀ ବ୍ରିଜ ତଳେ ଏଜ ଅଜଣା ମୃତଦେହ ମିଳିଥିଲା | ମୃତଦେହ ଦେଖିବାକୁ ସକାଳୁ ସକାଳୁ ପ୍ରବଳ ଲୋକଙ୍କ ଭିଡ ଜମିଥିଲା ବ୍ରିଜ ଉପରେ | ମୃତଦେହକୁ ନେଇ ଅନେକଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ବ୍ୟବସାୟୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ଏହି ମୃତ୍ୟୁ ପଛରେ କାହାର ଯୋଜନାବଦ୍ଧ ହତ୍ୟା ରହିଛି? ତାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନ |
ତେବେ ତେଲ ନଦୀ ବ୍ରିଜ ତଳେ ପଡ଼ିଥିବା ଏହି ମୃତଦେହ ତୁଷୁରା ଥାନା ଅନ୍ତର୍ଗତ ଦେଉଳଗୁଡ଼ିର ନଟରାଜ ଥନାପତିଙ୍କର ବୋଲି ପୁଲିସ ତଦନ୍ତରୁ ଜଣାପଡିଛି । ତଥାପି ଏପର୍ଯ୍ୟନ୍ତ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇନାହିଁ | ଏନେଇ ଅଧିକ ତଥ୍ୟ ସଂଗ୍ରହ ପାଇଁ ପୋଲିସ ତଦନ୍ତ ଜାରି ରଖିଛି | ପୋଲିସର ତଦନ୍ତ ପରେ ହିଁ ମୃତ୍ୟୁ ପଛର କାରଣ ସମସ୍ତଙ୍କ ସାମ୍ନାକୁ ଆସିବ |

