Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହିଦନଗର, ଅନ୍ତର୍ଗତ ରୁପାଲି ଛକରେ ଭୟଙ୍କର ଦୁର୍ଘଟଣା; ଅଟୋ ଚାଳକ ମୃତ ଯାତ୍ରୀଙ୍କ ଅବସ୍ଥା ଗୁରୁତର

ଭୁବନେଶ୍ଵର, ୩।୧ : ଦିନକୁ ଦିନ ଆମ ବସକୁ ନେଇ ଦୁର୍ଘଟଣା ମାମଲା ବଢ଼ିବାରେ ଲାଗିଛି। ଯାହା ଉପରେ ମନ ତାହା ଉପରେ ଚଢି ଯାଉଛି। ଜନ ସାଧାରଣଙ୍କ ସେବା ପାଇଁ ଆରମ୍ଭ ହୋଇଥିବା ଆମ ବସ ପୁଣି ଜୀବନ ନେଇଛି। ଜାତୀୟ ସଡ଼କ ସୁରକ୍ଷା ମାସରେ ସହିଦ ନଗର ଅନ୍ତର୍ଗତ ରୁପାଲି ଟ୍ରାଫିକ୍ ନିକଟରେ ଦୁର୍ଘଟଣା ଘଟାଇଛି। ଅଚାନକ ଦ୍ରୁତ ଗତିରେ ଆସି ଅଟୋ ଉପରେ ଚଢିଗଲା ଆମ ବସ୍।ଘଟଣାରେ ଜଣଙ୍କ ମୃତ୍ୟୁ ହେବା ସହିତ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଯିବା ପରେ ଡିସିପି ପହଞ୍ଚି ବୁଝାସୁଝା କରିଛନ୍ତି।

ସୂଚନା ଅନୁସାରେ, ଆଜି ସହିଦନଗର ସ୍ଥିତ ରୁପାଲି ଛକରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଆମ ବସ୍ ଦ୍ରୁତ ଗତିରେ ଆସି ଅଟୋକୁ ପଛରୁ ଧକ୍କା ଦେଇଛି। ଫଳରେ ଅଟୋଟି ଆଗରେ ଥିବା ଏକ ବସ୍ ତଳେ ଚାପି ହୋଇଯାଇଛି। ତେବେ ଏହି ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ହେବା ସହିତ ଯାତ୍ରୀ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି  | ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ଦେଖାଯିବା ପରେ, ଡିସିପି ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ତେବେ ଦୁର୍ଘଟଣା ପଛରେ ଆମ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ହୋଇପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ, ଆମ ବସ୍ ଡ୍ରାଇଭର୍ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଛନ୍ତି।

ତେବେ ଏହା ୨୦୨୫ର ପ୍ରଥମ ଦୁର୍ଘଟଣା ନୁହେଁ ଏହା ପୂର୍ବରୁ ଅନେକଙ୍କ ଜୀବନ ନେଇଛି ଆମ ବସ୍‌। ଗତ ଫେବୃଆରୀ ମାସରେ ତମାଣ୍ଡୋ ଥାନା ଅଞ୍ଚଳରେ ସ୍କୁଟି ସହ ଜଣେ ମହିଳାଙ୍କୁ ବସ୍‌ ଟି ପ୍ରାୟ ୧୦୦ ମିଟର ଯାଏଁ ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ଯୁବତୀ ମୃତ୍ୟୁ ଜଣଙ୍କର ମୃତ୍ୟୁ ହୋଇଥିଲା | ତାହା ପୂର୍ବରୁ ନନ୍ଦନକାନନ ଥାନା ରଘୁନାଥପୁରରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ଉପରେ ଏକ ଆମ ବସ୍ ଚଢି ଯାଇଥିଲା। ଏବଂ ଘଟଣାସ୍ଥଳରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା। ଆହୁରି ଅନେକ ଉଦାହରଣ ରହିଛି। ଯେଉଁଥିରେ ଆମ ବସ ବଦନାମ ମୁଣ୍ଡେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories