Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ରେ ପ୍ରଥମ ଜୀବନ ଏବଂ ମଙ୍ଗଳୁ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୀରମହାରାଜପୁର : ରବିବାର ଅପରାହ୍ନ ୧ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଖେଳ ପଡିଆରେ ପ୍ରଥମ ଜୀବନ ଏବଂ ମଙ୍ଗୁଲୁ ସ୍ମାରକୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ବାନ୍ଧଶିଳ୍ପୀ ଡୋଲାମଣୀ ମେହେର, ଅବସରପ୍ରାପ୍ତ ଶିକ୍ଷକ ତ୍ରିପୁରାରି ରଥ ଏବଂ ଅଖୁଜ ପଧାନ , ଯୋଗାଣ ସହାୟକ ଭାରତ ଖମାରି ଏବଂ ଶିକ୍ଷାବିତ ହୃଷିକେଶ ମେହେର ପ୍ରମୁଖ ଅତିଥି ଭାବେ ଯୋଗଦାନ ପୂର୍ବକ, ଟୁର୍ନାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ କ୍ରୀଡାଵାର୍ତା ପ୍ରଦାନ କରି ଖେଳାଳି ଏବଂ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ l ତେବେ ଆଜିର ଉଦ୍‌ଘାଟନୀ ମେଚ ଆୟୋଜକ ରୟାଲ ଟାଇଗର ସୁବଳୟା ଏବଂ ରାମ ଏକ୍ସ ଆଇ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ସୁବଳୟା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ 6/116 ରନ ସଂଗ୍ରହ କରିଥିବା ବେଳେ, ଜବାବରେ ବୌଦ୍ଧ ଦଳ 3/110 ରନ କରିଥିଲା l ସେହିପରି କୁଆଟର ଫାଇନାଲ ମେଚ ବି ଡ଼ି ସିସି ବୌଦ୍ଧ ଏବଂ ବ୍ଲାକ ପାନ୍ଥର ସୋନପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ବୌଦ୍ଧ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ 7 ଓଭରରେ ଅଲ ଆଉଟ ହୋଇ 60 ରନ ସଂଗ୍ରହ କରିଥିଲା, ଜବାବରେ ସୋନପୁର ଦଳ 6 ଓଭର , 6 ଉଇକେଟ ବିନିମୟରେ 62 ରନ ସଂଗ୍ରହ କରି ସେମି ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଥିଲା l ଆଜିର ସେମି ଫାଇନାଲ ମେଚ ବ୍ଲକ ପାନ୍ଥର ସୋନପୁର ଏବଂ ରୟାଲ ଟାଇଗର ସୁବଳୟା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସୋନପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 4 ଓଭରରେ 1/44 ରନ ସଂଗ୍ରହ କରିଥିଲା, ଜବାବରେ ସୁବଳୟା ଦଳ 5/40 ରନ ସଂଗ୍ରହ କରି ପରାଜିତ ହୋଇଥିଲା I ସୋନପୁର ଦଳ ପୁଲ ଏରୁ ଫାଇନାଲକୁ ଉତୀର୍ଣ୍ଣ ହୋଇଛି l ଅମ୍ପାୟାର ଟିଟୁ ମେଘା ଏବଂ ମଧୁ ମେହେର ପରିଚାଳନା କରିଥିବା ବେଳେ, ଧାରା ବିବରଣୀ ବିନୋଦ ମହାକୁଡ଼ ଏବଂ ସୁଧୀର ମହାକୁଡ଼ ସ୍କୋରର ଦାଇତ୍ୱ ନିର୍ବାହ କରିଥିଲେ l ଆଜିର ମେଚ ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବାବେଳେ, ମେଚ ଦେଖିବାକୁ ଶହ ଶହ ଦର୍ଶକଙ୍କ ଭିଡ଼ ଜମିଥିଲା l ତେବେ ଆଜିର ମେନ ଅଫଦି ମେଚ ଭାବେ ସୋନପୁର ଦଳର ଅନିଲ ପଧାନଙ୍କୁ ପୁରସ୍କୃତ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ