ବାଂଲାଦେଶୀ ଖେଳାଳିଙ୍କୁ ଆଇପିଏଲରୁ ବାହାର କରିବା ନେଇ ୟୁନୁସ ସରକାରଙ୍କ ଧମକ
ନୂଆଦିଲ୍ଲୀ,୫|୧: ଆଇପିଏଲରେ ବାଂଲାଦେଶୀ ଖେଳାଳିଙ୍କୁ ଆଇପିଏଲ ଟି-୨୦ ବିଶ୍ୱକପ୍ ରୁ ବାହାର କରାଯିବ ଘଟଣାରେ ୟୁନୁସ ସରକାରଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି | ଟି-୨୦ ବିଶ୍ୱକପ୍ ୨୦୨୬ରେ ବାଂଲାଦେଶର ମ୍ୟାଚ୍ ଗୁଡ଼ିକୁ ଭାରତରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଆଇସିସିକୁ ଅନୁରୋଧ କରାଯାଇଛି | ସେପଟେ ମହମ୍ମଦ ୟୁନୁସ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶଦାତା କହିଛନ୍ତି ଯେ, ରହମାନଙ୍କୁ ଟିମରୁ ହଟେଇବାକୁ କୁହାଯାଉ ଥିବା କାରଣ ଗୁଡ଼ିକୁ ୟୁନୁସ ସରକାର ଗ୍ରହଣ କରିବେ ନାହିଁ |
ସେ ଧମକ ଦେଇ କହିଛନ୍ତି ଯେ, ଏହି ଘଟଣା ଦ୍ୱାରା ବାଂଲାଦେଶର ସମ୍ମାନରେ ଆଞ୍ଚ ଆସିଛି | ଏହି ଘଟଣାର ଆମେ ପ୍ରତିଶୋଧ ନେବୁ | ତେବେ ରହମାନଙ୍କ ଏହି ବୟାନରେ କଂଗ୍ରେସ ସାଂସଦ ଶଶି ଥରୁର ପ୍ରତିକ୍ରିୟା ଦେଇ କହିଛନ୍ତି | ସାଂସଦ ଶଶି ଥରୁର ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି।
ସେ କହିଛନ୍ତିଯେ, ଏହି ନିଷ୍ପତ୍ତିକୁ “ଖେଳକୁ ନିରର୍ଥକ ରାଜନୀତିକରଣ” ବୋଲି କହି ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି – “ଆମେ କାହାକୁ ଦଣ୍ଡ ଦେଉଛୁ? ଦେଶକୁ, ବ୍ୟକ୍ତିକୁ ନା ଧର୍ମକୁ? କିନ୍ତୁ ଖେଳକୁ ନେଇ ରାଜନୀତି କରିବାଦ୍ୱାରା କଣ ଲାଭ ମିଳିବ ଆମକୁ |
ସୂଚନା ଅନୂଆସାରେ,ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) କେକେଆର୍କୁ ମୁସ୍ତାଫିଜୁର ରହମାନଙ୍କୁ ଟିମରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଘଟଣା ପୂର୍ବରୁ ବାଙ୍ଗଲାଦେଶରେ ଘଟିଥିବା ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ସମ୍ପର୍କିତ ବିବାଦ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସୂଚନା ମୁତାବକ କେକେଆର୍ ଆଇପିଏଲ୍ ୨୦୨୬ ପାଇଁ ମୁସ୍ତାଫିଜୁରଙ୍କୁ ୯.୨୦ କୋଟି ଟଙ୍କାରେ କିଣିଥିଲା, କିନ୍ତୁ ବିସିସିଆଇ ନିର୍ଦ୍ଦେଶ ପରେ ତାଙ୍କୁ ଦଳରୁ ବାହାର କରାଯାଇଛି ଏବଂ ତା ବଦଳରେ ଅନ୍ୟ କେଉଁ ଖେଳାଳିଙ୍କୁ ଚୟନ କରିବାକୁ ଅନୁମତି ବିସିସିଆଇ ପକ୍ଷରୁ ଦିଆଯାଇଛି । ପ୍ରକୃତରେ ଭାରତ ବାଂଲାଦେଶ ସମ୍ପର୍କ ମଧ୍ୟରେ ତିକ୍ତତା ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ମୁସ୍ତାଫିଜୁର ରହମାନଙ୍କ ଆଇପିଏଲରେ ଏଣ୍ଟ୍ରିକୁ ନେଇ ଦେଶରେ ବିବାଦ ସୃଷ୍ଟି ହୋଇଥିଲା । ସୋସିଆଲ୍ ମିଡିଆରେ ଏହାକୁ ପ୍ରବଳ ବିରୋଧ କରାଯାଇଥିଲା। ଯାହାପରେ ଚାପରେ ଆସି ବିସିସିଆଇର ନିଷ୍ପତ୍ତି କ୍ରମେ କେକେଆର୍ ତାଙ୍କୁ ରିଲିଜ୍ କରିଦେଇଛି। ତେବେ ଏହି ଘଟଣା ପରେ, ଭାରତ-ବାଂଲାଦେଶ ସମ୍ପର୍କରେ ବିବାଦ ସୃଷ୍ଟି କରିଛି |

