ପରିବହନ ବିଭାଗର କଡ଼ା ନିର୍ଦ୍ଦେଶ; ଏଣିକି ଆମ ବସ୍ ଟ୍ରାଫିକ ନିୟମ ଭାଙ୍ଗିଲେ କଟିବ ଇ-ଚାଲାଣ : ସଚିବ ଉଷା ପାଢ଼ୀ
ଭୁବନେଶ୍ୱର,୫।୧: ଦିନକୁ ଦିନ ଆମ ବସ୍ ରାଜ୍ୟରେ ଯେଉଁଭଳି ଦୁର୍ଘଟଣା ସବୁ ଘଟାଇବାରେ ଲାଗିଛି | ନିକଟରେ ଦିନକ ତଳେ ରୁପାଲୀ ଛକରେ ‘ଆମ ବସ’ ଦାନଵ ସାଜି ଯେଉଁଭଳି ଭଳି ଭାବରେ ଦୁର୍ଘଟଣା ଘଟାଇଥିଲା ତାହା ଅତ୍ୟନ୍ତ ଭୟଙ୍କର ଥିଲା | ସେହି ଘଟଣାରେ ଏକ ଅଟୋ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ | ସେ ସବୁ ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପରିବହନ ବିଭାଗ କଠୋର ନିଷ୍ପତ୍ତି ନେଇଛନ୍ତି | ଆମ ବସ୍ ଜନିତ ଦୁର୍ଘଟଣା ରୋକିବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏନେଇ ଗତ ରବିବାର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା | ବୈଠକରେ ପରିବହନ ସଚିବ ଉଷା ପାଢ଼ୀ ବସ୍ ଚଳାଚଳ ଉପରେ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ସେ କହିଛନ୍ତି ଏଣିକି ସମସ୍ତ ଡ୍ରାଇଭରଙ୍କ ଥାର୍ଡ ପାର୍ଟି ସ୍କ୍ରିନିଂ ଟେଷ୍ଟ କରାଯିବ। ସ୍କ୍ରିନିଂ ଟେଷ୍ଟ ପାସ୍ କରିବା ପରେ, ଗାଡ଼ି ଚଲାଇବାକୁ ଡ୍ରାଇଭରଙ୍କୁ ଅନୁମତି ମିଳିବ। ଯଦି ଏଥିରେ କୌଣସି ଡ୍ରାଇଭର ପାସ ନ ହୁଅନ୍ତି ତେବେ ଗାଡି ଚଲାଇବାକୁ ଅନୁମତି ଦିଆଯିବ ନାହିଁ ବୋଲି ପରିବହନ ସଚିବ ଉଷା ପାଢୀ କହିଛନ୍ତି।
ଦୁର୍ଘଟଣା ଘଟଣା ରୋକିବାକୁ ଲେନ୍ ଡ୍ରାଇଭିଂକୁ ଗୁରୁତ୍ୱ ଦିଆଯାଇଛି। ଆଗାମୀ ମାସେ ପର୍ଯ୍ୟନ୍ତ ଏହି ନିୟମ ଅନୁଯାୟୀ ଅନୁଧ୍ୟାନ କରାଯିବ। ସେହିପରି ରୋଡ ସେଫ୍ଟି ପାଇଁ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ରହିଥିଲା ବେଳେ ସ୍ମାର୍ଟ ସିଟି ଅଫିସ୍ରେ କିମ୍ବା କୃଟ ଅଫିସ୍ର ଏମ୍ଡି ଏହାର ସମ୍ପୂର୍ଣ୍ଣ ତଦାରଖ କରିବେ। ତେବେ ଏହାପରେ ଯଦି କେଉଁଠି ଆମ ବସ୍ ଟ୍ରାଫିକ ନିୟମ ଭାଙ୍ଗେ, ତା’ହେଲେ ଇ-ଚାଲାଣ ମଧ୍ୟ କଟାଯିବ । ଏହାର ତଦାରଖ ପାଇଁ ୫ ଜଣିଆ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଯେଉଁଥିରେ ପରିବହନ କମିଶନର, ଡିସିପି, ଟ୍ରାଫିକ ଡିସିପି, କ୍ରୁଟ ଅଧିକାରୀ, ସଦସ୍ୟ ରହିଛନ୍ତି ବୋଲି ସୂଚନା ରହିଛି |

