Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀମନ୍ଦିର କମାଣ୍ଡର ଏବଂ ସ୍ଵତନ୍ତ୍ର ସୁରକ୍ଷା କର୍ମୀଙ୍କ ମଧ୍ୟରେ ବିବାଦ ଘଟଣା; ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ

ପୁରୀ,୫|୧: ଶ୍ରୀମନ୍ଦିର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଜରୁରୀ ସୂଚନା । ସେ କହିଛନ୍ତିଯେ, ପ୍ରୋଟୋକଲରେ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସୁଥିବା ଅତିଥିଙ୍କ ନିମନ୍ତେ ନୂଆ ଏସ୍‌ଓପି ପ୍ରସ୍ତୁତ କରାଯାଇଛି । ଏଣିକି ପ୍ରୋଟୋକଲ ଦାୟିତ୍ବରେ କେବଳ ଶ୍ରୀମନ୍ଦିର ପ୍ରଶାସନ ରହିବେ। ଏହା ସହିତ ଶ୍ରୀମନ୍ଦିର ପରିସର ମଧ୍ୟରେ ମୋବାଇଲ୍ କଟକଣା ନିଷ୍ପତ୍ତିକୁ କଡ଼ାକଡ଼ି କରାଯିବ। କେବଳ ନୀତିକାନ୍ତି ସମ୍ବନ୍ଧୀୟ ସେବାରେ ଯେଉଁମାନେ ନିଯୁକ୍ତ ଥିବେ ସେମାନଙ୍କୁ ଖାଲି ଅନୁମତି ମିଲିବ। ଗତକାଲି ସୃଷ୍ଟି ହୋଇଥିବା ଏକ ବିବାଦକୁ ନେଇ ସେ କ୍ଷମାପ୍ରାର୍ଥନା କରିବା ସହ ସମନ୍ବୟ ଅଭାବ ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି। ତେବେ ସିସିଟିଭି ଫୁଟେଜ୍ ଆଧାରରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନା ଅନୁସାରେ, ଗତକାଲି ପ୍ରୋଟୋକଲ ଦର୍ଶନ ବ୍ୟବସ୍ଥାକୁ ନେଇ ଶ୍ରୀମନ୍ଦିର କମାଣ୍ଡର ଏବଂ ସ୍ଵତନ୍ତ୍ର ସୁରକ୍ଷା କର୍ମୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିର ସାତ ୨୨ ପହାଚ ପାଖରେ କୀର୍ତ୍ତନ ଚକଡାରେ ଶ୍ରୀମନ୍ଦିର କମାଣ୍ଡର ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବ୍ୟାରିକେଡରେ ନିଯୁକ୍ତ ଥିବା ସୁରକ୍ଷାକର୍ମୀଙ୍କ ପ୍ରୋଟୋକଲ ଦର୍ଶନ ବ୍ୟବସ୍ଥାକୁ ନେଇ ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ପଟ୍ଟନାୟକ ବିରୋଧ କରିଥିଲେ। ଏ କଥାକୁ ନେଇ ଶ୍ରୀମନ୍ଦିର ଭିତରେ ପ୍ରବଳ ପାଟିତୁଣ୍ଡ ସହିତ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା | ଏହାପରେ, ମନ୍ଦିର କମାଣ୍ଡରଙ୍କୁ ସ୍ଵତନ୍ତ୍ର ସୁରକ୍ଷାକର୍ମୀ ଧକ୍କା ମାରିବା ସହ ଗାଳି ଗୁଲଜ ମଧ୍ୟ କରିଥିଲେ। ଏହା ଫଳରେ, ସକାଳଧୂପ ପରେ ପ୍ରାୟ ୩୦ ମିନିଟ୍ ପାଇଁ ଧାଡି ଦର୍ଶନ ବନ୍ଦ ରହିଥିଲା। ଆଉ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କ୍ଷମାପ୍ରାର୍ଥନା କରିବା ସହ ସମନ୍ବୟ ଅଭାବ ଯୋଗୁଁ ଏଭଳି ଘଟିଛି ବୋଲି କହିଛନ୍ତି। ଏବଂ ଏହା ସହିତ ଘଟଣାର ତୁରନ୍ତ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories