Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱରରେ ପ୍ରମିଳା ମଲ୍ଲିକଙ୍କ ଘରେ ବଡ଼ ବୈଠକ: ପ୍ରମୁଖ ବିଜେଡି ନେତା ହେଲେ ସାମିଲ

ଭୁବନେଶ୍ୱର୫|୧: ବିଜେଡିର ବରିଷ୍ଠ ନେତା ପ୍ରମିଳା ମଲ୍ଲିକଙ୍କ ଘରେ ବଡ ବୈଠକ | ଏକାଠି ହେଲେ ଅନେକ ବିଜେଡି ନେତା | ସୂଚନା ମୁତାବକ ଯାଜପୁର ନେତା ପ୍ରମିଳା ମଲ୍ଲିକଙ୍କ ଘରେ ବଡ ବୈଠକ ବସିଛି ଯେଉଁଥିରେ ବିଜେଡିର ପ୍ରମୁଖ ସଦସ୍ୟ ମାନେ ସାମିଲ ହୋଇଛନ୍ତି | ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି) ରାଜ ନାରାୟଣ ମହାପାତ୍ର, ସୁଜାତା ସାହୁ, ଶର୍ମିଷ୍ଠା ସେଠୀ ଏବଂ ବିଶ୍ୱ ମଲ୍ଲିକଙ୍କ ଭଳି ନେତା ସାମିଲ ହୋଇଛନ୍ତି । ତେବେ ପ୍ରମୁଖ ବିଜେଡି ନେତାଙ୍କ ଏହି ବୈଠକ ଦଳ ପକ୍ଷରୁ ଅନୁଷ୍ଠିତ ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେ ବାବଦରେ କୌଣସି ସ୍ପଷ୍ଟ ତଥ୍ୟ ନାହିଁ |

ସୂଚନା ଅନୁସାରେ, ଗତ କିଛି ଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ ଯେ, ଯଦି କୌଣସି ବିଜେଡି ନେତା ବୈଠକ କରିବାକୁ ଚାହାନ୍ତି ତେବେ ଶଙ୍ଖ ଭବନରେ ଏକାଠି ହୁଅନ୍ତୁ ଆଉ ସେହି ଜାଗାରେ ହିଁ ବୈଠକ କରନ୍ତୁ । ତେବେ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ଦଳର ଏକାଧିକ ନେତା ଶଙ୍ଖ ଭବନ ବାହାରେ ମିଟିଂ କରୁଥିବା ଦେଖାଯାଉଛି। ଆଉ ଏବେ ପ୍ରମିଳା ମଲ୍ଲିକଙ୍କ ଘରେ ବବି ଦାସଙ୍କ ସହିତ ଯାଜପୁର ବିଜେଡି ନେତା କାହିଁକି ଏକାଠି ହୋଇଛନ୍ତି ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ?

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନ ଏବଂ ବିଜେଡିର କାର୍ଯ୍ୟାଳୟ ଶଙ୍ଖ ଭବନର ଦୂରତା ମାତ୍ର ଅଳ୍ପ ଦୂର । ଏହା ସତ୍ତ୍ୱେ ନେତାମାନେ କାହିଁକି ପ୍ରମିଳାଙ୍କ ଘରେ ଏକାଠି ହେଲେ,ତାହା ହେଲା ବଡ ପ୍ରଶ୍ନ? ଅବଶ୍ୟ ରାଜ୍ୟ ରାଜନୀତିରେ ଏବେ ଯାହା ସବୁ ଚାଲିଛି ତାକୁ ନେଇ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories