ପିପିଲିରେ ମର୍ମନ୍ତୁଦ ଦୁର୍ଘଟଣା; ଦୁଇ ମହିଳା ସାମ୍ବାଦିକା ମୃତ
ପିପିଲି,୬|୧: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି | ରାସ୍ତା ଉପରେ ହଠାତ ପଛରୁ ପୁରୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ସ୍କୁଟି ଉପରେ ଚଢି ଯାଇଥିଲା। ସୂଚନା ଅନୁସାରେ, ଭୟଙ୍କର ଦୁର୍ଘଟଣା ଘଟାଇଥିବା ଘରୋଇ ବସଟି ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ସ୍କୁଟିଟିକୁ ଘୋଷାଡ଼ି ନେଇଥିଲା | ଯାହା ଫଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା | ଏହି ଦୁର୍ଘଟଣାରେ ଦୁଇ ଜଣ ମହିଳା ସାମ୍ବାଦିକାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ ମୃତକଙ୍କ ମଧ୍ୟରୁ ଜଣେ ହେଲେ ନ୍ୟୁଜ 7ର କାର୍ଯ୍ୟରତ ସାମ୍ବାଦିକ ଶିଲା ପଟ୍ଟନାୟକ ଏବଂ ଅନ୍ୟ ଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ |
ଦୁର୍ଘଟଣାରେ ଉକ୍ତ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ମଙ୍ଗଳପୁର ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା | ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ | ଦୁର୍ଘଟଣା ପରେ ଘଟଣାସ୍ଥଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ପିପିଲି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ସମ୍ଭାଳି ଥିଲା | ଏବଂ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦୁଇଟି ଯାକ ଗାଡିକୁ ପୋଲିସ ଜବତ କରି ତଦନ୍ତ ଚଲାଇଥିବା ଜଣାପଡିଛି |

