ବୀରମହାରାଜପୁର ଉପଖଣ୍ଡ ନବମ ଲୋକ ମହୋତ୍ସବ ମାଲେଶ୍ରୀ ପାଇଁ ପ୍ରସ୍ତୁତି ବୈଠକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୈତ୍ରୀ ସଦନ ଠାରେ ମଙ୍ଗଳବାର ପୂର୍ବାହ୍ନ ୪ଘଣ୍ଟା ସମୟରେ ଲୋକ ମହୋତ୍ସବ ମାଲେଶ୍ରୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉପଜିଲ୍ଲାପାଳ ତଥା ମହୋତ୍ସବ କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର ମେହେର ଅଧ୍ୟକ୍ଷତା କରିଥିଲେ l ପ୍ରସ୍ତୁତି ବୈଠକ ରେ ବୀରମହାରାଜପୁର ବିଧାୟକ ଇଞ୍ଜିନିୟର୍ ରଘୁନାଥ ଜଗଦଲା ଯୋଗଦେଇ ଲୋକ ମହୋତ୍ସବକୁ ଗତାନୁଗତିକ ହିସାବରେ ନକରି ଆହୁରି ଆକର୍ଷଣୀୟ କରିବା ପାଇଁ ମତାମତ ଦେଇଥିଲେ l, ମହୋତ୍ସବ କୁ ଆହୁରି ଆକର୍ଷଣୀୟ ପାଇଁ ଆଲୋଚନା ଚକ୍ର, ବନ୍ଧୁ ତ୍ବ ପୁର୍ଣ୍ଣ ଫୁଟବଲ ମ୍ୟାଚ, ବିଭିନ୍ନ ପ୍ରକାର ଖାଦ୍ୟ ପ୍ରତିଯୋଗିତା, ବୁକ୍ ଫେୟାର ସହିତ ବୀରମହାରାଜପୁର ଶ୍ରୀମତି ସୁନ୍ଦରୀ, ମିସ୍ ବୀରମହାରାଜପୁର ଆଦି କିଛି ନୁତନ କାର୍ଯ୍ୟକ୍ରମ କରାଯିବ l ଏଥି ସହିତ ସ୍ମରଣିକା ପ୍ରକାଶ ଅଞ୍ଚଳ କଳାକାର, ରାଜ୍ୟ ତଥା ରାଜ୍ୟ ବାହାର କଳାକାର ମାନଙ୍କ ମହାସଙ୍ଗମ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଆସନ୍ତା ମାର୍ଚ୍ଚ ତୃତୀୟ ସପ୍ତାହରେ ବୀରମହାରାଜପୁର ଲୋକ ମହୋତ୍ସବ, ପ୍ରଥମ କରି ୪ଦିନ କରିବା ପାଇଁ ସର୍ବ ସମ୍ବିତ ଭାବରେ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏଥିପାଇଁ ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଜାନୁଆରୀ ୧୫ ତାରିଖ ଅପରାହ୍ନ ତିନିଟାରେ ସ୍ଥାନୀୟ ମୈତ୍ରୀ ସଦନ ଠାରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ୫୧ ଜଣିଆ ମୁଳ କମିଟି ଗଠନ କରାଯାଇଛି। ପରବର୍ତ୍ତି ବୈଠକ ଉପ କମିଟି ଗଠନ କରାଯିବ ବୋଲି ସ୍ଥିର ହୋଇଛି। ଏହି ବୈଠକରେ ସମସ୍ତେ ଉପସ୍ଥିତ ରହି ମହୋତ୍ସବ ପାଇଁ ଜନମତ ଆଧାରରେ ନୁତନ ରୁପରେଖ ଖସଡ଼ା ପ୍ରସ୍ତୁତ ହେବ ବୋଲି ନିଷ୍ପତ୍ତି ହୋଇଛି। ଆଜିର ବୈଠକରେ ବରିଷ୍ଠ ନାଗରିକ ସଙ୍ଗଠନ ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ ,ବୀରମହାରାଜପୁର ଉପଖଣ୍ଡ ପୋଲିସ୍ ଅଧିକାରୀ ତଥା ମହୋତ୍ସବ ସାଂସ୍କୃତିକ କମିଟିର ଅଧ୍ୟକ୍ଷ ହେମନ୍ତ କୁମାର ରାଓ, ସ୍ବୟମ୍ଭୁନାଥ ଖଣ୍ଡଗିରୀ ,ଭାଜପା ଜିଲ୍ଲା ସଭାପତି ବେଣୁଧର ଦାସ , ବୀରମହାରାଜପୁର ଓକିଲ ସଂଘ ସଭାପତି ରାଧାକାନ୍ତ ମହାକୁର , ଏମ୍ ପି ପ୍ରତିନିଧି ନଳିନୀ ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ, ବୀରମହାରାଜପୁର ବିଡ଼ିଓ ରାଜିବ୍ କୁମାର ହାଁସଦା,, ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ, ଉଲୁଣ୍ଡା ଅତିରିକ୍ତ ତହସିଲଦାର ସୋମନାଥ ବେହେରା, ପୁର୍ଣ୍ଣ ଚନ୍ଦ୍ର ପାଢ଼ୀ ପ୍ରମୁଖ ମଞ୍ଚାସିନ ହୋଇ ଲୋକ ମହୋତ୍ସବ କୁ ସରସ ସୁନ୍ଦର କରିବା ପାଇଁ ବକ୍ତବ୍ୟ ଦେଇଥିଲେ। ଉକ୍ତ ପ୍ରସ୍ତୁତି ବୈଠକ ରେ, ସଂସ୍କୃତିକ ସଂସଦ ସମ୍ପାଦକ ଭୂଷଣ କୁମାର ପାତ୍ର, କିଶୋର ହୋତା, ପ୍ରଭାତ ଦାଶ,, କର୍ଣ୍ଣ ମହାନନ୍ଦ, ପୀତବାସ ଶତପଥି, ସୁଦର୍ଶନ ବିଶ୍ୱାଳ, ଚି଼ନ୍ମୟ ସାହୁ ପ୍ରମୁଖ ମତବ୍ୟକ୍ତ କରିଥିଲେ l ଉପଖଣ୍ଡ ବିଭିନ୍ନ ବିଭାଗର ଅଧିକାରୀ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହା ସହିତ ୨୦୨୩ ମାଲେଶ୍ରୀର ଆୟ ବ୍ୟୟ ଉପସ୍ଥାପନ କରିଥିଲେ ସହକାରୀ ଜିଲ୍ଲାପାଳ ଅଜିତ୍ କୁମାର ମିର୍ଦ୍ଧା। ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଲକ୍ଷ୍ମୀନାରାୟଣ ସାହୁ। ଯୁଗଳ କିଶୋର ମିଶ୍ର ସଭାକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିବଲେ ।

