ସୁବଳୟାରେ ନବମ ବାବା ଅବଧୂତ ମହୋତ୍ସବ ଉଦଯାପିତ
ବୀରମହାରାଜପୁର : ଗତ ୩ ତାରିଖ ଠାରୁ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଧିବାରପଡା ସ୍ଥିତ ବାବା ଅବଧୂତ ସାଂସ୍କୃତିକ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିବା ନବମ ବର୍ଷ ବାବା ଅବଧୂତ ମହୋତ୍ସବ ଆଜି ରାତି ରେ ଉଦଯାପିତ ହୋଇଯାଇଛି l ଏହି କ୍ରମରେ ମହୋତ୍ସବର ପ୍ରଥମ ଦିବସରେ ଭବ୍ୟ କଳସ ଶୋଭାଯାତ୍ରା ଏବଂ ସୁନ୍ଦରାକାଣ୍ଡ ପରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଵା ବେଳେ, ସୁନାମଧନ୍ୟ ପରାୟଣ ଗାୟିକା ଶ୍ରୀମତୀ ମୋନାଲି ମହାପାତ୍ର ବ୍ୟାସ ଆସନ ଅଳଙ୍କୃତ କରି ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ପରାୟଣ ଗାନ କରିଥିଲେ l ସେହିପରି ଦ୍ୱତୀୟ ଦିବସରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ, ନାମ ଯଜ୍ଞରେ ଜିଲ୍ଲା ତଥା ଜିଲ୍ଲା ବାହାର ୧୨ ଗୋଟି ସଂକୀର୍ତନ୍ୟ ଦଳ ଯୋଗଦାନ ପୂର୍ବକ ହରେ କୃଷ୍ଣ ହରେ ରାମ ମହାମନ୍ତ୍ର ଗାନ କରିଥିଲେ l ଆଜି ମୋହତ୍ସବର ଉଦଯାପନୀ ଉତ୍ସବରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ସଂକୀର୍ତନ୍ୟ ଧାରା ପାରିବେଷିତ ହୋଇଥିଲା l ଗୁରୁଶ୍ରୀ ସୁଧର୍ମା ଦାସ, ଗୁରୁଶ୍ରୀ ତିଲକ ଦାସ, ଗୁରୁଶ୍ରୀ ପ୍ରଦୀପ ସାହୁ ଏବଂ ଗୁରୁଶ୍ରୀ ତରଣୀସେନ ପଧାନ ଏବଂ ସାଥି କାର୍ଯ୍ୟକ୍ରମରେ ଯୋଗଦାନ କରି ସଂକୀର୍ତନ୍ୟ ଧାରା ପରିବେଷଣ ପୂର୍ବକ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଭକ୍ତି ରସରେ ବାନ୍ଧି ରଖିଥିଲେ l ଆଜିର ଉଦଯାପନୀ ଉତ୍ସବରେ ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ଜଟି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ, ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ପ୍ରୋମଦ କୁମାର ମହାପାତ୍ର, ଜିଲ୍ଲାପରିଷଦଜୋନ ୨ ସଭ୍ୟ ଶ୍ରୀଯୁକ୍ତ ଲବ କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହେନ୍ଦ୍ର ମାହାଲିକ, ଅବସରପ୍ରାପ୍ତ ଖେଳ ଶିକ୍ଷକ ତଥା ସୁନାମଧନ୍ୟ ପରାୟଣ ଗାୟକ ବ୍ରଜଗୋପାଳ ମହାପାତ୍ର, ସ୍ଥାନୀୟ ପେକ୍ସ ସମ୍ପାଦକ ପବିତ୍ର ମେହେର ଏବଂ ସମାଜସେବି ସନ୍ତୋଷ ମେହେର ପ୍ରମୁଖ ଯୋଗଦାନ କରି ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରିଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରେମାନନ୍ଦ ଜଟି ଏବଂ ସମ୍ମାନିତ ଅତିଥି ଜିଲ୍ଲାପରିଷଦ ସଭ୍ୟ ଲବକୁମାର ସାହୁ,ସ୍ଥାନୀୟ ସରପଞ୍ଚ ପ୍ରୋମଦ କୁମାର ମହାପାତ୍ର ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର ମହାଲିକ ସଂକୀର୍ତନ୍ୟ ଧାରା ପରିବେଷଣ କରୁଥିବା ସମସ୍ତ ଗାୟକଙ୍କୁ ପଗଡି ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ପ୍ରତ୍ୟେକ ଦିନ ହରିହାଟରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିବା ବେଳେ, ମୋହତ୍ସବ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିବା ସୂଚନା ଥିବାବେଳେ, କାର୍ଯ୍ୟକ୍ରମରେ ସଂଘର ବହୁ କର୍ମକର୍ତାଙ୍କୁ ବାବା ଅବଧୂତ ସାଂସ୍କୃତିକ ସମ୍ମାନ 2026 ରେ ସମ୍ବର୍ଦ୍ଧିତ କରାଯାଇଥିଲା l

