Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ପଡିଲା ମହଙ୍ଗା; ଜେଏନୟୁରେ ସ୍ଲୋଗାନ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କ ବିରୁଦ୍ଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ପଡିଲା ମହଙ୍ଗା। ଏହି କାର୍ଯ୍ୟରେ ଲିପ୍ତ ଥିବା ଛାତ୍ର ଛାତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା। ଏନେଇ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କର୍ତ୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ସେମାନଙ୍କୁ ନିଲମ୍ବନ, ବହିଷ୍କାର କିମ୍ବା ସ୍ଥାୟୀଭାବେ ଜେଏନୟୁରେ ପ୍ରବେଶ ଉପରେ କଟକଣା ଲଗାଯାଇପାରେ ବୋଲି ବିଶ୍ବବିଦ୍ୟାଳୟ ସ୍ପଷ୍ଟ କରିଛି ।

ସୂଚନା ଅନୁସାରେ, ସୁପ୍ରିମକୋର୍ଟ ଦିଲ୍ଲୀ ଦଙ୍ଗାରେ ମୁଖ୍ୟ ଅଭିଯୁକ୍ତ ଉମର ଖାଲିଦଙ୍କୁ ଜାମିନ ଦେଇନଥିଲେ। ଏହି କାରଣରୁ ଜେଏନୟୁରେ ବିଶ୍ବବିଦ୍ୟାଳର ଏକ ଛାତ୍ରଗୋଷ୍ଠୀ ଉତ୍ତେଜିତ ହୋଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ସ୍ଲୋଗାନ ଦେଇଥିଲେ ବୋଲି ସୂଚନା ରହିଛି।

ତେବେ ଏହି ମାମଲାରେ ପୋଲିସ ମାମଲା ରୁଜୁ କରିଛି ଛାତ୍ର ଛାତ୍ରୀ ଙ୍କ ନାଁ ରେ। ଏହା ଜେଏନୟୁ ପ୍ରଶାସନର ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟରୁ ଜଣାପଡିଛି। ଏହା ସହିତ ଏହି କାର୍ଯ୍ୟରେ ସାମିଲ ଥିବା ଛାତ୍ରଛାତ୍ରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଛି ।

ଏନେଇ ଜେଏନୟୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ବିଶ୍ବବିଦ୍ୟାଳୟ ଗୁଡ଼ିକ ନୂତନ ଚିନ୍ତାଧାରା ଓ ଚିନ୍ତାଧାରାର ବିକାଶର କେନ୍ଦ୍ର ଅଟେ, ଏଭଳି ପବିତ୍ର ସ୍ଥାନରେ ଏଭଳି କାର୍ଯ୍ୟ କରିବା ଉଚିତ ନୁହେଁ । ବିଶ୍ବବିଦ୍ୟାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ନିଜର ବ୍ୟକ୍ତିଗତ ମତାମତ ଦେବା ଏକ ମୌଳିକ ଅଧିକାରୀ ହୋଇଥିଲେ ମଧ୍ୟ ହିଂସା, ବେଆଇନ କାର୍ଯ୍ୟକଳାପ ଓ ଦେଶବିରୋଧୀ ମନ୍ତବ୍ୟ ଏଠାରେ ସହ୍ୟ କରାଯିବ ନାହିଁ। ତେବେ ବିଶ୍ୱବିଦ୍ୟାଳୟର ପ୍ରଶାସନ ପକ୍ଷରୁ ଏହି ଘଟଣାକୁ ଗୁରୁତର ଭାବେ ନିଆଯାଇଛି। ଏହା ସହ ଘଟଣାର ତଦନ୍ତ ସମୟରେ ପୋଲିସକୁ ଆବଶ୍ୟକୀୟ ସହଯୋଗ କରିବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories