କାଲିଠାରୁ ଆରମ୍ଭ ହେବ କୁମ୍ଭୀର ଗଣନା; ପର୍ଯ୍ୟଟକଙ୍କ ପାଇଁ ଜାନୁଆରି ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା
ରାଜନଗର,୭।୧ : ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା। କାଲି ଠାରୁ ଆରମ୍ଭ ହୋଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ଜାରି ରହିବ। ସୂଚନା ଅନୁସାରେ, ଭିତରକନିକାର ନଦୀ,ନାଳ ମାନଙ୍କରେ ବଉଳା କୁମ୍ଭୀର ଗଣନା ପ୍ରକ୍ରିୟା ଆରମ୍ଭ କରାଯିବ । ଏନେଇ ଆଜି କୁମ୍ଭୀର ଗଣନାକାରୀ ମାନଙ୍କୁ ପ୍ରଶିକ୍ଷଣ ଆଜି ଦିଆଯାଇଛି। ତେବେ ଆସନ୍ତା କାଲି ଠାରୁ ଗଣନାକାରୀ ମାନେ କୁମ୍ଭୀର ଗଣନା ପ୍ରକ୍ରିୟାରେ ସାମିଲ ହେବେ ବୋଲି ସୂଚନା ରହିଛି।
ଏହି ସମୟରେ, ନଦୀରେ ବୋଟ ଚଳାଚଳ ପାଇଁ ବାରଣ ହୋଇଛି। ବୋଟ ଚଳାଚଳ ହେବା ଯୋଗୁଁ କୁମ୍ଭୀର ଗଣନାରେ ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ସମସ୍ୟାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ରଖାଯାଇଛି । ସୂଚନା ଅନୁସାରେ ପୂର୍ବରୁ ଏହି ଗଣନା ପ୍ରକ୍ରିୟା ୧୦ ଦିନ ଧରି କରାଯାଉଥିଲା। କିନ୍ତୁ ଏଥର ୧୦ ଦିନ ବଦଳରେ ମାତ୍ର ୩ ଦିନ ପର୍ଯ୍ୟନ୍ତ ଏହି ଗଣନା ପ୍ରକ୍ରିୟା କରାଯିବ। ଏହି ଗଣନା ପ୍ରକ୍ରିୟା ୧୯୭୬ ମସିହାରୁ ଭିତରକନିକାରେ ଆରମ୍ଭ ହୋଇ ଆସୁଛି |

