Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୧୧ ପରେ,ଓଡ଼ିଶାରେ ଆରମ୍ଭ ହେବ ଜନଗଣନା; ଆସନ୍ତା ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨୦୨୭ରେ

ଭୁବନେଶ୍ୱର,୭|୧: ଆସନ୍ତା ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ । ଏବଂ ଏହାପରେ ଜନଗଣନାର ଦ୍ଵିତୀୟ ପର୍ଯ୍ୟାୟ ୨୦୨୭ ମସିହା ଫେବ୍ରୁଆରି ମାସରେ ହେବ। ସୂଚନା ଅନୁସାରେ, ଗଣନାର ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା କରାଯିବ। ଏବଂ ଦ୍ୱିତିୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା। ଏଥିପାଇଁ ପ୍ରାୟ ଲକ୍ଷେ ପାଖାପାଖି ଅଧିକାରୀ ନିଯୁକ୍ତ ହେବେ। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଉନ୍ନୟନ କମିସନର ଆଲୋଚନା କରିଛନ୍ତି । ଲୋକସେବା ଭବନରେ ଉନ୍ନୟନ କମିସନରଙ୍କ ଅଧକ୍ଷତାରେ ଏକ ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜନଗଣନା ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।

ସୂଚନା ମୁତାବକ ଓଡ଼ିଶାରେ ଜନଗଣନା ପାଇଁ ଦୀର୍ଘ ୬ ମାସ ଧରି ପ୍ରସ୍ତୁତି ଚାଲିଥିଲା। ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକରେ ଏହାର ପ୍ରି-ଟେଷ୍ଟ ସରିଛି। ଏନଏସି ଏବଂ ପୌରପାଳିକା ଅଞ୍ଚଳ ଗୁଡିକ ପାଇଁ ବାଉଣ୍ଡ୍ରି ମଧ୍ୟ ଫାଇନାଲ୍ ହୋଇଛି। ୩ ମାସ ଧରି ଜନଗଣନା ଅଧିକାରୀ ମାନଙ୍କୁ ଟ୍ରେନିଂ ଦିଆଯିବ । ୨୦୦ ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ରହିବେ। ଜଣେ ସୁପରଭାଇଜର ଅଧୀନରେ ୬ ଜଣ ଜନଗଣନା ଅଧିକାରୀ ରହିବେ। ଏହି ପ୍ରକ୍ରିୟାରେ ନିଯୁକ୍ତ ଥିବା ଅଧିକାରୀଙ୍କୁ ୨୫ ହଜାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଆସନ୍ତା ଏପ୍ରିଲରୁ ମେ ଭିତରେ ପ୍ରଥମ ଫେଜରେ ଘର ମାର୍କ ହେବାର ଯୋଜନା ରଖାଯାଇଥିବା ବେଳେ ୨୦୨୭ ମସିହା ଫେବ୍ରୁଆରିରୁ ଦ୍ଵିତୀୟ ପର୍ଯ୍ୟାୟରେ ଜନଗଣନା କାର୍ଯ୍ୟ ଆରମ୍ଭ ହେବ।

ନୂତନ ଯୋଜନା ଅନୁସାରେ,ଜଣେ ଲୋକ ନିଜେ ଚାହିଁଲେ ନିଜର ତଥ୍ୟ ଦେଇପାରିବେ, ଅନଲାଇନ ଜରିଆରେ ୱେବସାଇଟରେ ମଧ୍ୟ ପଞ୍ଜିକୃତ କରିପାରିବେ। କାର୍ଯ୍ୟକୁ ସୁଗମ ସରଳ କରିବା ପାଇଁ ମୋବାଇଲ ନମ୍ବରରେ ଓଟିପି ବେସଡ୍ ସିଷ୍ଟମ ମଧ୍ୟ ରହିବ । ଗୋଟିଏ ନମ୍ବର କେବଳ ଗୋଟିଏ ଥର ପାଇଁ ହିଁ ବ୍ୟବହାର କରାଯାଇ ପାରିବ। ଦୁଇ ଥର ବ୍ୟବହାର କରି ପାରିବେନି ୟୁଜର୍ସ କି ଆପରୁ ସ୍କ୍ରିନ ସଟ ମଧ୍ୟ ଉଠାଇ ପାରିବେ ନାହିଁ ।

ସୂଚନା ରହିଛିଯେ, ପ୍ରତି ୧୦ ବର୍ଷରେ ଜନଗଣନା ପ୍ରକ୍ରିୟା ହୋଇଥାଏ। ନିୟମ ଅନୁସାରେ, ୨୦୧୧ ପରେ ୨୦୨୧ ରେ ଜନଗଣନା ହେବା କଥା। କିନ୍ତୁ ୨୦୨୧ରେ କରୋନା ପାଣ୍ଡାମିକ କାରଣରୁ ଏହା ସ୍ଥଗିତ ରହିଥିଲା। ଏଵେ ୨୦୨୬ଏପ୍ରିଲରୁ ଜନଗଣନା ପ୍ରକ୍ରିୟା ଆରମ୍ଭ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ