Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର,କଟକ ଓ ଦେବଗଡ ଜିଲ୍ଲାସ୍ତରୀୟ କୋର୍ଟକୁ ବୋମା ଧମକ : ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର,୮|୧: ରାଜ୍ୟର, ସମ୍ବଲପୁର, କଟକ ଓ ଦେବଗଡ ତିନୋଟି ଜିଲ୍ଲା କୋର୍ଟକୁ ଇ-ମେଲରେ ବୋମା ଧମକ ଆସିଛି | ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍‌ ମହାନିର୍ଦ୍ଦେଶକ ମାନଙ୍କ ସହିତ ଆଲୋଚନା କରିଛନ୍ତି | ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀ ପରିସ୍ଥିତି ଉପରେ ନିରୀକ୍ଷଣ କରିବାକୁ ପରାମର୍ଶ ଦେବା ସହିତ ଏଥିରେ ସମ୍ପୃକ୍ତ ଥିବା ଦୁର୍ବୁତ୍ତ ମାନଙ୍କୁ ଯଥାଶୀଘ୍ର ଖୋଜି ବାହାର କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ଲୋକଙ୍କ ଧନଜୀବନ ପ୍ରତି ଥିବା ବିପଦକୁ ହାଲୁକା ଭାବେ ନିଆଯିବ ନାହିଁ | ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତଦନ୍ତ କରିବା ସହିତ ଧମକ ମିଳିଥିବା ସ୍ଥାନଗୁଡିକୁ ଅଧିକାରୀମାନଙ୍କୁ ପଠାଇ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଘଟଣାର ମୂଳ ଉଦ୍ଦେଶ୍ୟକୁ ସନ୍ଧାନ କରନ୍ତୁ | ସୂଚନା ଅନୁସାରେ, ଆଜି ସଂନ୍ଧ୍ୟାରେ, ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନତ୍ଵରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ | ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରା ଘଟଣାର ସମୀକ୍ଷା କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ