Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଗରେ ଜଳୁଛି ବାଂଲାଦେଶ; ଭାରତୀୟଙ୍କ ପାଇଁ ସମସ୍ତ ଭିସା ସେବାକୁ କଲା ବନ୍ଦ

ବାଂଲାଦେଶ,୮|୧: ଗତ ୫ ତାରିଖରେ, ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ( ବିସିସିଆଇ) ପକ୍ଷରୁ କେକେଆର ଟିମରୁ ମୁସ୍ତାଫିଜୁର ରହମାନଙ୍କୁ ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା | ପୂର୍ବରୁ ବାଙ୍ଗଲାଦେଶରେ ଘଟିଥିବା ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ସମ୍ପର୍କିତ ବିବାଦ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ସୂଚନା ମୁତାବକ କେକେଆର୍ ଆଇପିଏଲ୍ ୨୦୨୬ ପାଇଁ ମୁସ୍ତାଫିଜୁରଙ୍କୁ ୯.୨୦ କୋଟି ଟଙ୍କାରେ କିଣିଥିଲା, କିନ୍ତୁ ବିସିସିଆଇ ନିର୍ଦ୍ଦେଶ ପରେ ତାଙ୍କୁ ଦଳରୁ ବାହାର କରାଯାଇଥିଲା ଏବଂ ତା ବଦଳରେ ଅନ୍ୟ କେଉଁ ଖେଳାଳିଙ୍କୁ ଚୟନ କରିବାକୁ ବିସିସିଆଇ ପକ୍ଷରୁ ଅନୁମତି ମଧ୍ୟ ମିଳିଥିଲା।

ତେବେ ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲରୁ ବାହାର କରିବାର ବିସିସିଆଇର ନିଷ୍ପତ୍ତି ଘଟଣାରେ ବାଂଲାଦେଶ ଭାରତକୁ ଏକ ବଡ ଝଟକା ଦେଇଛି । ଭାରତୀୟଙ୍କ ପାଇଁ ସମସ୍ତ ଭିସା ସେବାକୁ ସ୍ଥଗିତ ରଖିଛି,ବାଂଲାଦେଶ | କିନ୍ତୁ ଛାତ୍ର ଏବଂ ବ୍ୟବସାୟିକ ଭିତ୍ତିକ ଭିସା ସେବା ଜାରି ରହିବ ବୋଲି ସୂଚନା ରହିଛି। ୟୁନୁସ ସରକାର ଅନେକ ପ୍ରମୁଖ ସ୍ଥାନରେ ଭିସା ସେବାକୁ ବନ୍ଦ ରଖିଛନ୍ତି | ଦିଲ୍ଲୀ, ଅଗରତାଲା, ମୁମ୍ବାଇ, ଗୌହାଟି ଏବଂ ଚେନ୍ନାଇରେ ଥିବା ଏହାର ଦୂତାବାସ ଏବଂ କନସୁଲେଟରେ ସାଧାରଣ ଭିସା ସେବାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ୟୁନୁସ ସରକାର। କେବଳ ଛାତ୍ର ଏବଂ ବ୍ୟବସାୟିକ ଭିତ୍ତିକ କ୍ଷେତ୍ରରେ ଭିସା ସେବା ଜାରି ରହିବ ବୋଲି ସୂଚନା ମିଳିଛି ।

ସୂଚନା ରହିଛିଯେ, ବାଂଲାଦେଶର ଏଭଳି ନିଷ୍ପତ୍ତି ପୂର୍ବରୁ ଭାରତ ଏହାର ଭିସା ସେବାକୁ ସ୍ଥଗିତ ରଖିଥିଲା | ଆଗାମୀ ସୂଚନା ପର୍ଯ୍ୟନ୍ତ ଏହା ସ୍ଥଗିତ ରହିବ | ଶେଖ୍ ହାସିନା ବିରୋଧୀ ଓସମାନ ହାଦିଙ୍କ ହତ୍ୟା ପରେ, ବାଂଲାଦେଶରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା | ଏବେ ସୁଦ୍ଧା ଆନ୍ଦୋଳନକାରୀ ମାନେ ଭାରତ ବିରୋଧୀ ସ୍ଲୋଗାନ ଦେବା ଏବଂ କାର୍ଯ୍ୟକଳାପର ପ୍ରୋତ୍ସାହିତ କରି ଆସୁଛନ୍ତି। ଉତ୍ତାକ୍ତ୍ୟ ଆନ୍ଦୋଳନକାରୀ ମାନେ ଜଣେ ହିନ୍ଦୁଙ୍କୁ ନୃଶଂଶ ଭାବେ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଇଥିଲେ ଏବଂ ସେଥିରେ ଯୁବକଙ୍କର ମୃତ୍ୟୁ ହୋଇଥିଲା | ଏହା ସହିତ ଉକ୍ତ ଆନ୍ଦୋଳନକାରୀ ମାନେ ଭାରତୀୟ ଦୂତାବାସ ଏବଂ ହାଇ କମିଶନ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରିଥିଲେ | ଏବଂ ଯାହା ଫଳରେ ଭାରତ ଚିଟାଗଙ୍ଗରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିଦେଇଥିଲା ଏବଂ ଏହାର ଭିସା ସେବାକୁ ସ୍ଥଗିତ ଘୋଷଣା କରିଥିଲା।

ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ଜାରି ରହିଛି। ସୂଚନା ଅନୁସାରେ, ଜଣେ ନୁହଁ କି ଦୁଇଜଣ ନୁହେଁ ୧୮ ଦିନରେ ଛଅ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ତେବେ ଏହାର ପ୍ରତିବାଦରେ, ବିସିସିଆଇରୁ ବାଂଲାଦେଶୀ ବୋଲର ମୁସ୍ତାଫିଜୁର ରହମାନଙ୍କୁ କଲକାତା ନାଇଟ୍ ରାଇଡର୍ସରୁ ବାହାର କରିଦିଆଯାଇଛି। ଏହାର ପ୍ରତିବାଦରେ, ବାଂଲାଦେଶ ଭାରତକୁ ଭିସା ସେବା ସ୍ଥଗିତ କରିଛି ଏବଂ ଏହା ସହିତ ଟି ୨୦ ବିଶ୍ୱକପ୍ ଖେଳିବା ପାଇଁ ଭାରତକୁ ଯାତ୍ରା କରିବାକୁ ୟୁନୁସ ସରକାରଙ୍କ ପକ୍ଷରୁ ମନା କରାଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ