ଖୋର୍ଦ୍ଧା – ଭୁବନେଶ୍ୱର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା; ଦୁଇ ଯୁବକଙ୍କ ମୃତ୍ୟୁ
ଖୋର୍ଦ୍ଧା,୯|୧: ଖୋର୍ଦ୍ଧା – ଭୁବନେଶ୍ୱର ଜାତୀୟ ରାଜପଥରେ ଦଧିମାଛଗାଡ଼ିଆ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ। ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ଦୁଇ ମୃତକ ହେଉଛନ୍ତି ବାଣପୁର ନିକଟ ସାନହନ୍ତୁଆଡ ଗାଁର ବାସୁଦେବ ବରାଳଙ୍କ ପୁଅ ବିକାଶ ବରାଳ ଏବଂ ସୁଦାମ ସୁନ୍ଦରାୟଙ୍କ ପୁଅ ଶୁଭାଂଶୁ ସୁନ୍ଦରାୟ ବୋଲି ସୂଚନା ରହିଛି।
ସୂଚନା ଅନୁସାରେ, ଉକ୍ତ ଦୁଇ ମୃତକ ସ୍କୁଟି ଯୋଗେଁ ବାଣପୁରରୁ ଭୁବନେଶ୍ବର ଅଭିମୁଖେ ଏକ ପରୀକ୍ଷା ଦେବାକୁ ଯାଉଥିଲେ ବୋଲି ସୂଚନା ମିଳିଛି | ସେମାନେ ସ୍କୁଟିରେ ଯାଉଥିବା ସମୟରେ ଅଜଣା ଗାଡ଼ିଟି ସାମ୍ନାପଟୁ ସ୍କୁଟିକୁ ପିଟିଥିବା ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ତେବେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି |

