Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ ଶୀତଳଷଷ୍ଠୀକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅନୁଦାନ; ସଞ୍ଜୟ ବାବୁ ସମ୍ମାନୀତ

ସମ୍ବଲପୁର: ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ବାବା ଶୀତଳଷଷ୍ଠୀ କମିଟି,ହୀରାକୁଦକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିଥିବାରୁ ଆଜି କମିଟି ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ- ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇବା ସହ ଓଡିଶା ସରକାରଙ୍କ କାଳିଆ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀଯୁକ୍ତ ସଞ୍ଜୟ କୁମାର ବାବୁଙ୍କୁ କମିଟି ତରଫରୁ ଏକ ବିଶେଷ କାର୍ଯ୍ୟକ୍ରମ କରି ହୀରାକୁଦ ଠାରେ ସମ୍ମାନିତ କରାଯାଇଛି । ଏଠାରେ ସୂଚନା ଯୋଗ୍ୟଯେ ଗତ ୧୫ ବର୍ଷ ଧରି ହୀରାକୁଦରେ ଶୀତଳଷଷ୍ଠୀ ଯାତ୍ରା ପାଳିତ ହୋଇ ଆସୁଛି ।