ବିଶାଲପାଲି 12 ତମ ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ବିଶାଳପାଲି ସ୍କୁଲ ଖେଳ ପଡ଼ିଆରେ ୧୨ତମ ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ତୃତୀୟ ଦିବସ ର ମ୍ୟାଚ୍ ଟି ଟୂଟାମୁଣ୍ଡ ଓ କଉଡିଆ ପାଲି ମଧ୍ୟରେ ହୋଇଥିଲା । ଟୁଟାମୁଣ୍ଡା ଦଳ ପ୍ରଥମେ ବ୍ୟାଟିଂ କରି ୧୦ଓଭର ୩ ଉଇକେଟ ହରାଇ ୧୫୦ରନ କରିଥିବା ବେଳେ କଉଡିଆପାଲି ଦଳ ୧୦ଓଭର ୮ ୫ଉଇକେଟ ହରାଇ ୭୭ରନ କରି ପରାସ୍ତ ହୋଇଥିଲ। ଦ୍ୱିତୀୟ ମ୍ୟାଚ୍ ଟି ଚକାମୁଣ୍ଡା ଓ ବଡ଼ମାଳ ମଧ୍ୟରେ ହୋଇଥିଲା। ଏଥିରେ ଚକlମୁଣ୍ଡା ଦଳ ୧୦ଓଭର ୮ଉଇକେଟ ହରାଇ ୧୧୦ରନ କରିଥିବା ବେଳେ ବଡ଼ମାଳ ଦଳ ୮ ଓଭର.୫ ବଳ ରେ ୫ ଉଇକେଟ ହରାଇ ୧୧୫ ରନ କରି ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ଟୁଟାମୁଣ୍ଡା ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ବଡ଼ମାଳ ମଧ୍ୟରେ ହୋଇଥିଲା। ଏଥିରେ ଟୁଟାମୁଣ୍ଡl ଦଳ ପ୍ରଥମେ ବ୍ୟାଟିଂ କରି ୪ ଓଭର ରେ ୬ଉଇକେଟ ହରାଇ ୨୭ ରନ କରିଥିବା ବେଳେ ବଡ଼ମାଳ ଦଳ ୨ ଓଭର ୩ ବଳ ରେ ୩୧ରନ କରି ବିଜୟୀ ହୋଇ ଥିଲା ବଡ଼ମାଳ ଦଳ ଟୁ ଟାମୁଣ୍ଡା ଦଳ କୁ ହରାଇ ଟୁଟାମୁଣ୍ଡା ସେମି ଫାଇନାଲ ରେ ପ୍ରବେଶ କରିଥିଲା।ପୁରସ୍କାର ବିତରଣୀ ଉତ୍ସବ ରେସମାଜ ସେଵୀ କାମପାଲ ସାହୁ ବଡ଼ମାଳ ଦଳ ର ଅନିଲ କୁ ମ୍ୟାନ ଅଫ ଦି ମ୍ୟାଚ୍ ରେ ଟ୍ରଫି ପ୍ରଦାନ କରିଥିଲେ ମ୍ୟାଚ ଗୁଡିକରେ ଅମ୍ପୟାର ଆଲୋକ ପ୍ରଧାନ,ସତ୍ୟ ଧଳ ଓ ଚନ୍ଦନ ପ୍ରଧାନ ସ୍କୋରର ଖିରୋଦ ପଧାନ ଏବଂ ପ୍ରଦୀପ ସାହୁ ପ୍ରୋସିସ ପଧାନ ଧlରବିବରଣୀ ପ୍ରଦାନ କରିଥିଲେ। କମିଟି ର ସଭ୍ୟ ପ୍ରଶାନ୍ତ ସାହୁ , ବାଦଲ ସାହୁ , ଚମୁରୁସାହୁ ଟିଲୁପୋଡ଼ , ଅଶୋକ ପଧାନ , ଦୀପକ ସାହୁ , ବିଜନ ସାହୁ , ସମରେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ l

