Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଶାଳା ଦେଶଫାଲ୍ ଲୋକକଳା ମହୋତ୍ସବ ଆସନ୍ତା ଫେବ୍ରୁଆରି 27 ରୁ ମାର୍ଚ୍ଚ ଏକ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ବନ୍ୟା ଆଶ୍ରୟସ୍ଥଳୀ ଠାରେ ସପ୍ତମ ଦେଶ୍‌ଫାଲ୍ ଲୋକକଳା ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ହୃଷିକେଶ ଚାନ୍ଦ ସମସ୍ତଙ୍କୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ କିଭଳି ଭାବରେ ଚଳିତ ବର୍ଷ ମହୋତ୍ସବ କୁ ଆହୁରି ଆକର୍ଷଣୀୟ କରାଯିବ ସେ ସମ୍ପର୍କରେ ସମସ୍ତଙ୍କର ମତାମତ ଲୋଡ଼ିଥିଲେ । ଆଲୋଚନା ରେ ଦ୍ବିତୀକୃଷ୍ଣ ପଣ୍ଡା ଅଂଶଗ୍ରହଣ କରି ସ୍ମରଣିକା କୁ ଯେପରି ମହୋତ୍ସବ ର ପ୍ରଥମ ଦିନ ଉନ୍ମୋଚନ କରାଯିବ ସେ ସମ୍ପର୍କରେ ସମସ୍ତେ ଚେଷ୍ଟିତ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷ ଏହି ମହୋତ୍ସବ ଫେବୃଆରୀ ୨୭ ତାରିଖ ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ କରାଯିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ଯୁଗଳ କିଶୋର ମିଶ୍ର ଅତିଥି ନିମନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରିଥିଲେ। କେଶନ୍ ଜଗଦଲା, ସଂପାଦକ ଶ୍ରୀନିବାସ ଚାନ୍ଦ, ମିତ୍ରଭାନୁ ନନ୍ଦ, ଅବିନାଶ ବାବୁ, ଘନଶ୍ୟାମ ଭାଟି , ଗିରିଶ କୁମାର ଦାଶ , ଶିବ ପ୍ରସାଦ ପ୍ରଧାନ, ଅମିୟ ରଞ୍ଜନ ଦାଶ , ଶୁଭେନ୍ଦୁ ମେହେର,ଜୀତେନ୍ଦ୍ର ମହାପାତ୍ର, ପୀତାମ୍ବର ପଧାନ , ଦାଶରଥୀ ମହାନନ୍ଦିଆ, ଦିପକ୍ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଶେଷରେ ହରିହର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ