ଧଳାପଥର ବୋଝେଇ ଦୁଇ ଟ୍ରକ ଜବତ କରିଛି ସୁବଳୟା ପୋଲିସ
ବୀରମହାରାଜପୁର : ଶୁକ୍ରବାର ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପୋଲିସ ପେଟ୍ରୋଲିଙ୍ଗ ରେ ଯାଇଥିବା ବେଳେ ଲଖନୀ କମିରା ରାସ୍ତାରେ କୁଶ ବନ୍ଧ ପାଖରେ ୨ ଟ୍ରକ ଧଳାପଥର ବୋଝେଇ ହୋଇଥିଲା ଦେଖି ଟ୍ରକ ଅଟକାଇ ଯାଞ୍ଚ କଲାବେଳେ ଡ୍ରାଇଭର ୨ ଜଣ କୌଣସି କାଗଜ ପତ୍ର ଦେଖାଇ ପାରି ନ ଥିଲେ l ଏହି ଧଳାପଥର କମିରା ପଞ୍ଚାୟତ ଅନ୍ତର୍ଗତ ବିକଳପୁର ହେଲାମୁରା ରୁ ଲୋଡ ହୋଇ ଆସୁଥୁବା ଜଣାଯାଏ l ଯାହାଫଳରେ ପୋଲିସ ର ସନ୍ଦେହ ହେବାରୁ ଥାନାକୁ ଆଣି ମାଇନିଙ୍ଗ ଅଫିସ କୁ ଯୋଗାଯୋଗ କଲେ ସୁବଳୟା ଥାନାଅଧିକାରୀ ସୁଶାନ୍ତ କୁମାର ପଧାନ l ମାଇନିଙ୍ଗ ଅଫିସର ମଧ୍ୟ ସନ୍ତୋଷ ଜନକ ଉତ୍ତର ନ ଦେଇ ସୋମବାର ଦିନ ଯିବୁ ଆଉ କଣ ହୋଇଛି ଦେଖିବୁ ବୋଲି କହିଲେ ଏଣୁ ଥାନାଅଧିକାରୀ ଶ୍ରୀ ପଧାନ ୨ ଟି ମାମଲା ୬/୨0୨୬ ଏବଂ ୭/୨0୨ ୬ ରୁଜୁ କରି ଦଫା ୩0୩/୨ ବି ଏନ ଏସ ୫ ମାଇନିଙ୍ଗ ରୁଲ କୁ ଆଧାର କରି ଡ୍ରାଇଭର ୨ ଜଣକୁ ଗିରଫ କରି ଆସନ୍ତା କାଲି କୋର୍ଟ ଚାଲାଣ କରାଯିବବୋଲି ପ୍ରକାଶ କରିଛନ୍ତି l ମାଇନିଙ୍ଗ ଅଫିସର ଙ୍କୁ ଯଦି ଫୋନ କରାଯାଏ ଟିକେ କଥା ହୋଇ ଫୋନ୍ କାଟିଦିଅନ୍ତି l ଏହି ସବୁ ଚୋରା କାରବାର ରେ ମାଇନିଙ୍ଗ ଅଫିସର ସାହାଯ୍ୟ କରନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ମଧ୍ୟ ଯୋର ହେଉଛି l ଅଞ୍ଚଳରେ ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବୀ କରୁଛନ୍ତି l

