କଳିଙ୍ଗ ଷ୍ଟୁଡିଓ ଛକରେ ଜଳିଗଲା ଆମ ବସ୍
ଭୁବନେଶ୍ୱର,୧୦।୧ : ସବୁଦିନ ଭଳି ଯାତ୍ରୀଙ୍କୁ ନେଇ ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିଲା ଆମ ବସ | ହଠାତ ଲାଗିଗଲା ନିଆଁ | ଜଳି ପୁରା ପାଉଁଶ ହୋଇଗଲା | ସୂଚନା ଅନୁସାରେ, ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟୁଡିଓ ଛକରେ ଆମ ବସ୍’ରେ ହଠାତ ନିଆଁ ଲାଗିବା କାରଣରୁ ବସଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି | ଘଟଣାରେ କୌଣସି ଯାତ୍ରୀଙ୍କ ପ୍ରାଣହାନୀ ହୋଇନାହିଁ |
ନିଆଁ ଲାଗିବା ଦେଖିବା ପରେ ଗାଡ଼ି ଡ୍ରାଇଭର ଜଣଙ୍କ ରାସ୍ତାକଡ଼ରେ ଗାଡିକୁ ଛିଡ଼ା କରିଦେଇଥିଲେ । ଏହା ପରେ ସମସ୍ତ ଯାତ୍ରୀଙ୍କୁ ବସ୍ରୁ ଓଲ୍ହେଇଯିବାକୁ କହିଥିଲେ | ବସରେ ନିଆଁର ପ୍ରକୋପ ଅଧିକ ବଢ଼ିବାରୁ ବସ୍ଟି ହୁତୁ ହୁତୁ ହୋଇ ଜଳି ଯାଇଥିଲା । ପରେ ଅଗ୍ନିଶମ ବାହିନୀ କୁ ଖବର ଦିଆଯାଇଥିଲା | ସୂଚନା ପାଇ ତୁରନ୍ତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

