Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଲ୍‌ରେ ଚାଲିଥିଲା ପ୍ରଭାସଙ୍କ ସିନେମା ‘ରାଜା ସାହେବ୍’; ଆରତି ଥାଳି ଖସି ହଲ୍ ରେ ଲାଗିଗଲା ନିଆଁ

ରାୟଗଡ଼ା,୧୦|୧: ସିନେମା ହଲରେ ଲାଗିଲା ନିଆଁ | ‘ବାହୁବଳୀ’ ମୁଖ୍ୟ ଅଭିନେତା ପ୍ରଭାସଙ୍କ ଫ୍ୟାନମାନେ କରୁଥିଲେ ଆରତି | ହଠାତ ଲାଗିଗଲା ନିଆଁ | ତେବେ ହଲ ଭିତରେ ଥିବା ସମସ୍ତେ ସୁରକ୍ଷିତ ଅଛନ୍ତି | ସୂଚନା ଅନୁସାରେ, ରାୟଗଡ଼ା ସହର ସ୍ଥିତ ଅଶୋକ ଟକିଜ୍ ସିନେମା ହଲ୍‌ରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ରାଜା ସାବ୍” ରିଲିଜ୍ ଉପଲକ୍ଷେ ଫ୍ୟାନମାନେ ହଲ୍ ଭିତରେ ସ୍କ୍ରିନ୍ ସାମ୍ନାରେ ପ୍ରଭାସଙ୍କ ଆରତି କରାଯାଉଥିବା ବେଳେ ଏହି ଅଘଟଣ ଘଟିଛି।

‘ବାହୁବଳୀ’ ଫେମ୍ ରେବେଲ ଷ୍ଟାର ପ୍ରଭାସଙ୍କ ଆରତି କରାଯାଉଥିବା ସମୟରେ, ହଠାତ ଆରତି ଥାଳିଟି ଖସି ପଡ଼ିଥିଲା | ଯାହା ଦ୍ୱାରା ଏହି ଅଗ୍ନିକାଣ୍ଡ ଘଟିଥିଲା। ପରେ ତଳେ ପଡ଼ିଥିବା କାଗଜଗୁଡ଼ିକରେ ନିଆଁ ଲାଗିଯାଇ ସେଠାରେ ହଲ ମଧ୍ୟରେ ଖେଳିଯାଇଥିଲା। ଉପସ୍ଥିତ ଥିବା ପ୍ରଶଂସକମାନଙ୍କ ସହଯୋଗରେ ନିଆଁକୁ ଖୁବଶୀଘ୍ର ତୁରନ୍ତ ଆୟତ୍ତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ