Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଗଢିବେ ମୋକିମ୍‌!ଯୁବ ଦିବସରେ ହୋଇପାରେ ଦଳର ନାମ ଘୋଷଣା

ଭୁବନେଶ୍ୱର,୧୦|୧: ରାଜ୍ୟ ରାଜନୀତିରେ ନୂଆ ମୋଡ | ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା କରାଯିବ | ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି କଂଗ୍ରେସରୁ ନିଲମ୍ୱିତ ହୋଇଥିବା ବରିଷ୍ଠ ନେତା ମହମ୍ମଦ ମୋକିମ୍ | ଆସନ୍ତା ୧୨ରେ ଯୁବ ଦିବସ | ଏକାଠି ହେବେ ରାଜ୍ୟର ଅନେକ ଯୁବ ପୀଢି । ଅନେକ ଯୁବନେତାଙ୍କ ସମେତ ଅନ୍ୟ ଦଳରୁ ବହିସ୍କୃତ ହୋଇଥିବା ଅନ୍ୟାନ୍ୟ ନେତା ମାନଙ୍କୁ ଏକତ୍ରିତ କରି ଯୁବ ସମାବେଶ କରିବେ ମୋକିମ । ତେବେ ଏଥିପାଇଁ ଜୋରସୋରରେ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ ।

ସୂଚନା ଅନୁସାରେ, ପୂର୍ବରୁ ମୋକିମଙ୍କୁ କଂଗ୍ରେସ ଦଳ ପକ୍ଷରୁ ନିଲମ୍ୱିତ କରାଯାଇଥିଲା | ଆଉ ଏହା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା | ନିଲମ୍ବିତ ହେବା ପରେ ସେ ଏକ ନୂଆ ଆଞ୍ଚଳିକ ଦଳ ଗଠନ କରିପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଥିଲେ | ତେବେ ଏ ଅନୁମାନ ଏବେ ସ୍ପଷ୍ଟ ହୋଇଛି | ଏବଂ ଏହି ନୂଆ ଆଞ୍ଚଳିକ ଦଳର ନାମ ଲୋକ କଂଗ୍ରେସ ଦିଆଯିବ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ