Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହ ପାଇଁ ରାଜି ହେଲେନି ପ୍ରେମିକ; ଥାନା ସମ୍ମୁଖରେ ପ୍ରେମିକାର ଆତ୍ମହତ୍ୟା ଉଦ୍ୟମ

ନୟାଗଡ଼,୧୦|୧: ଦୁହିଁଙ୍କ ମଧ୍ୟରେ ଥିଲା ନଅ ବର୍ଷର ଭଲପାଇବା | କିନ୍ତୁ ବିବାହ ପାଇଁ ରାଜି ହେଲେନାହିଁ ପ୍ରେମିକ | ପ୍ରେମିକ ଶିବ ନାରାୟଣ ପଣ୍ଡା ବିବାହ ପାଇଁ ରାଜି ନହେବାରୁ ବିଷ ପିଇ ପ୍ରେମିକା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଫତେଗଡ଼ ଥାନା ସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମିକ ବିବାହ କରିବା ପାଇଁ ମନା କରିବାରୁ ପ୍ରେମିକା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଫତେଗଡ଼ ଥାନା ସମ୍ମୁଖରେ ଯୁବତୀ ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ସମୟରେ ପ୍ରେମିକର ବାପା ଏବଂ ଫତେଗଡ଼ ଥାନା ପୁଲିସ ଯୁବତୀଙ୍କୁ ଅଟକାଇ ଥିଲେ ବୋଲି ଜଣା ପଡିଛି |

ତେବେ ଉଭୟ ପ୍ରେମିକ ଏବଂ ପ୍ରେମିକାଙ୍କର ଆଜି କୋର୍ଟରେ ବିବାହ ପାଇଁ ଆବେଦନ କରିବା ସହିତ ମନ୍ଦିର ବିବାହ ହୋଇଥାନ୍ତା । ବିବାହ ପାଇଁ ପ୍ରେମିକା କେତେ ଆଶା କରି ଶଙ୍ଖା, ସିନ୍ଦୂର, ଫୁଲମାଳା,ନୂଆ ଶାଢ଼ୀ କିଣିକି ଆଣିଥିଲେ । କିନ୍ତୁ ହଠାତ ପ୍ରେମିକ ଶିବ ନାରାୟଣ ପଣ୍ଡା ବିବାହ କରିବା ପାଇଁ ମନା କରିଦେଲେ | ଯେଉଁଥିପାଇଁ ପ୍ରେମିକା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ସୂଚନା ଅନୁସାରେ, ପ୍ରେମିକ ଶିବ ନାରାୟଣ ପଣ୍ଡା ଭୁବନେଶ୍ବର କ୍ୟାଟେରିଂ କାମ କରୁଥିବା ବେଳେ ପ୍ରେମିକା ଜଣକ ସେଠାରେ ରହି ପାଠ ପଢ଼ୁଥିଲେ । ତେବେ ଦୁହିଁଙ୍କ ମଧ୍ୟରେ ୯ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା ବୋଲି ପ୍ରେମିକା କହିଛନ୍ତି | ବିବାହ ପାଇଁ ଉଭୟଙ୍କ ପରିବାର ରାଜି ଥିବା ବେଳେ ହଠାତ୍ ପ୍ରେମିକ ଶିବ ନାରାୟଣ ପଣ୍ଡା ବିବାହ ପାଇଁ ମନା କରିଥିଲେ । ଫଳରେ ପ୍ରେମିକା ଜଣଙ୍କ ନିରାଶ ହୋଇ ଥାନା ଆଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ପ୍ରେମିକାଙ୍କ ଅଭିଯୋଗ କ୍ରମେ ଫତେଗଡ ଥାନା ପୁଲିସ ପ୍ରେମିକ ଶିବ ନାରାୟଣ ପଣ୍ଡାଙ୍କୁ ଅଟକ ରଖିଛି ବୋଲି ସୂଚନା ମିଳିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ