Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱରର ଏକାମ୍ର ପାର୍କରେ ଆରମ୍ଭ ହୋଇଛି ୨୦୨୬ବାର୍ଷିକ ଫୁଲ ପ୍ରଦର୍ଶନୀ;ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୧୦|୧: ଭୁବନେଶ୍ୱରର ଏକାମ୍ର କାନନ ପାର୍କରେ ୨୦୨୬ ବାର୍ଷିକ ଫୁଲ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର (RPRC) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ଫୁଲ ଗଛ ସମେତ ଏବଂ ଫୁଲରେ ତିଆରି ହୋଇଛି ବିଭିନ୍ନ ଡିଜାଇନର ସେଲଫି ପଏଣ୍ଟ |

ପ୍ରଦର୍ଶନୀରେ ଫୁଲ,ଗଛଲତା,ଖାଦ୍ୟ ଏବଂ ଅନ୍ୟାନ୍ୟ ଉତ୍ପାଦ ପ୍ରଦର୍ଶିତ ହେଉଥିବା ୬୫ରୁ ଅଧିକ ଷ୍ଟଲ ରହିଥିବା ବେଳେ ଆଠଟି ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ସେଲଫି ପଏଣ୍ଟ ରହିଛି | ଯାହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି |

ପ୍ରଥମ ଦିନରୁ ଫୁଲ ପ୍ରଦର୍ଶନୀ ଏବଂ ଫୁଲ ମହୋତ୍ସବ ପାଇଁ ଦର୍ଶକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି | ତେବେ ଏହି ପ୍ରଦର୍ଶନୀ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ 8:30 ରୁ ରାତି 8:30 ପର୍ଯ୍ୟନ୍ତ ଖୋଲା ରହିବ | ଏଠାରେ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ କୌଣସି ପ୍ରକାରର ଦେୟ ଦେବାକୁ ପଡିବ ନାହିଁ |

ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ଅନୁଷ୍ଠାନ ଏବଂ ସଂଗଠନ ଏହି ଫୁଲ ପ୍ରଦର୍ଶନୀରେ ନିଜର ଅଂଶଗ୍ରହଣ କରିଛନ୍ତି। ଯେଉଁଠାରେ ପ୍ରାୟ ୩୦୦ରୁ ଅଧିକ ପ୍ରକାରର ଫୁଲକୁ ପ୍ରଦର୍ଶିତ କରାଯାଇଛି | ଏଠାରେ ଫୁଲ ପ୍ରେମୀଙ୍କ ପାଇଁ, ବିଭିନ୍ନ ପ୍ରକାରର ଫୁଲ ଚାରା ଏବଂ ବିଭିନ୍ନ ଘର ସାଜସଜ୍ଜା ଗଛ ଇତ୍ୟାଦି ଷ୍ଟଲ ଗୁଡିକରେ ରହିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ