Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସପ୍ତାହେରୁ ଅଧିକ ଦିନ ପିଲା ଅନୁପସ୍ଥିତ ରହିଲେ, ଘରକୁ ଯିବେ ଶିକ୍ଷକ

ଭୁବନେଶ୍ବର,୧୦|୧: ବିଦ୍ୟାଳୟ ଗୁଡିକରେ ଦିନକୁ ଦିନ ଡ୍ରପ ଆଉଟ୍ ହାର ବୃଦ୍ଧି ପାଉଛି । ଏନେଇ ସରକାର ନୂଆ ନିୟମ ପ୍ରସ୍ତୁତ କରିଛନ୍ତି | ଏଣିକି କୌଣସି ଛାତ୍ର ବା ଛାତ୍ରୀ ବିଦ୍ୟାଳୟରେ ଯଦି ସପ୍ତାହେ କିମ୍ବା ତାହାଠାରୁ ଅଧିକ ସମୟ ପାଇଁ ଅନୁପସ୍ଥିତ ରହିଲେ, ତେବେ ଶିକ୍ଷକମାନେ ସେମାନଙ୍କ ଘରକୁ ଯିବେ। ଏନେଇ ସମସ୍ତ ଜିଲ୍ଲାର ଡିଇଓ ଏବଂ ବିଇଓମାନଙ୍କୁ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ଚିଠି ଲେଖିଛି । ଅଧିକ ଦିନ ଧରି କାହିଁକି ପିଲା ଅନୁପସ୍ଥିତ ରହିଲେ ସେ କାରଣ ବୁଝିବେ ସ୍କୁଲ୍ ଶିକ୍ଷକ।

ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠି ଅନୁଯାୟୀ, ଏନେଇ ଗତ ଡିସେମ୍ବର ୨୬ ତାରିଖରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍) ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ସରକାରୀ ବିଦ୍ୟାଳୟ ଗୁଡିକରେ ଡ୍ରପ୍ ଆଉଟ୍ ହାରକୁ ହ୍ରାସ କରିବା, ଶିଶୁ ଶ୍ରମିକ ରୋକିବା ଓ ବାଲ୍ୟ ବିବାହ ରୋକିବାକୁ ଗୁରୁତ୍ୱ ଦିଆଯାଇଛି । ଯଦି କୌଣସି ପିଲା ଏକ ସପ୍ତାହ କିମ୍ବା ତାହାଠାରୁ ଅଧିକ ଦିନ ସ୍କୁଲ ନଆସେ ତେବେ ତା ଘରକୁ ସ୍କୁଲ ଶିକ୍ଷକ ଯିବେ । ଆବଶ୍ୟକ ହେଲେ ପ୍ରଧାନଶିକ୍ଷକ, ସ୍କୁଲ ପରିଚାଳନା କମିଟି(ଏସ୍ଏମ୍‌ସି) ସଦସ୍ୟ ମଧ୍ୟ ସିଧାସଳଖ ପିଲାର ଘରକୁ ଯାଇ ବାପା, ମା’ଙ୍କ ସହ ଆଲୋଚନା କରି ପ୍ରକୃତ କାରଣ ବିଷୟରେ ପଚାରି ବୁଝିବେ |

ସରକାରୀ ବିଜ୍ଞପ୍ତି ଅନୁସାରେ, ବିଦ୍ୟଳୟ ଗୁଡିକରେ ତୁରନ୍ତ ଏହି ପଦକ୍ଷେପ ନେବାଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି | ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର ସୂଚନା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ପଦକ୍ଷେପ ଡ୍ରପ ଆଉଟକୁ ରୋକିବା, ଛାତ୍ର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ତୃଣମୂଳ ସ୍ତରରେ ତଦାରଖକୁ ସୁଦୃଢ଼ ​​କରିବା ପାଇଁ ଏହି ନିର୍ଦ୍ଦେଶନାମା ଉଦ୍ଦିଷ୍ଟ ପଦକ୍ଷେପ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ