ଆଉ ମଞ୍ଚ ଚଢିବେନି ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ
ଭୁବନେଶ୍ୱର,୧୦|୧: ଆଜିଠାରୁ ଆଉ ମଞ୍ଚ ଉପରକୁ ଯିବେ ନାହିଁ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ | ତାଙ୍କୁ କୋର୍ଟଙ୍କ ନୋଟିସ ମିଳିଛି। କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଆଉ ମଞ୍ଚ ଉପରକୁ ଚଢ଼ିବେ ନାହିଁ ପୀୟୂଷ | କୋର୍ଟରୁ ନୋଟିସ କପି ପାଇଥିବା ପୀୟୂଷ ସୂଚନା ଦେଇ କହିଛନ୍ତି । ଆସନ୍ତା ୧୨ ତାରିଖରେ ପୀୟୂଷଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ନୋଟିସ ପାଇବା ପରେ, ପୀୟୂଷ କହିଛନ୍ତି ଯେ, ନୋଟିସ ପାଇଛି, କୋର୍ଟରେ ନିଶ୍ଚୟ ହାଜର ହେବି । ନ୍ୟାୟପାଳିକା ଏବଂ ଆଇନ ଉପରେ ମୋର ଭରସା ଅଛି।
ସୂଚନା ଅନୁସାରେ, ୬ମାସ ପରେ ଗତ ୬ ତାରିଖରେ ଯାତ୍ରା ସିଂହବାହିନୀ ପକ୍ଷରୁ ନାଟକ ‘ତୁ ମୋ ବଜରଙ୍ଗୀ’ରେ ଅଭିନୟ କରିଥିଲେ ପୀୟୂଷ । କିନ୍ତୁ ଏହାପରେ ଯାତ୍ରା ସୂର୍ଯ୍ୟ ମନ୍ଦିରର ମାଲିକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏବଂ ଅଭିଯୋଗ କରିଥିଲେଯେ ପୀୟୂଷଙ୍କ ସହ ଆସନ୍ତା ଜୁନ୍ ୨୦୨୬ ପର୍ଯ୍ୟନ୍ତ ଅଭିନୟ କରିବାକୁ ଚୁକ୍ତି ହୋଇଥିବା ସତ୍ତ୍ୱେ ସେ ଅନ୍ୟ ଏକ ପାର୍ଟିରେ ଅଭିନୟ କରିଛନ୍ତି । ତେବେ ଏହାକୁ ଆଧାର କରି କୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୀୟୂଷଙ୍କୁ କୌଣସି ଯାତ୍ରା ମଞ୍ଚରେ ଅଭିନୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

