Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ହାଇ ସ୍କୁଲ ରେ ବିଦ୍ୟାଳୟ ସ୍ତରୀୟ ପି. ଏମ୍. ଶ୍ରୀ ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପି. ଏମ. ଶ୍ରୀ ସୁବଳୟା ଉଚ୍ଚ ବିଦ୍ୟାଳୟରେ ପି. ଏମ. ଶ୍ରୀ ଉତ୍ସବ ପ୍ରଧାନ ଶିକ୍ଷକ ସ୍ଵର୍ଣ୍ଣଲତା ବେହେରାଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି l ଏହି ଅବସରରେ ସାଂସଦ ପ୍ରତିନିଧି ନଳିନୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଦ୍ୟାଳୟର ସଫଳତା, ଶୈକ୍ଷିକ ସ୍ଥିତିକୁ ପ୍ରଂଶସା କରି ତାକୁ ବଜାୟ ରଖିବା ପାଇଁ ଉପଦେଶ ଦେଇଥିଲେ l ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଦ୍ୟାଳୟର ପୂର୍ବତନ ଛାତ୍ର ହରପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ଉତ୍ସବରେ ଛାତ୍ରଛାତ୍ରୀଙ୍କ ପ୍ରଚେଷ୍ଟାରେ ପ୍ରସ୍ତୁତ ପ୍ରକଳ୍ପ, ସୃଜନଶୀଳତାକୁ ପ୍ରଂଶସା କରିଥିଲେ l ସମ୍ମାନିତ ଅତିଥିଭାବେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ ଲୁହା, ପଞ୍ଚସଖା ଶିକ୍ଷାସେତୁ ସଭାପତି ଶିବପ୍ରସାଦ ମେହେର ମଂଚାସୀନ ହୋଇ ବିଦ୍ୟାଳୟର ସାମଗ୍ରିକ ବିକାଶକୁ ଭୁରିଭୁରି ପ୍ରଂଶସା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଆକାଂକ୍ଷା ମେଳା, ଆକାଂକ୍ଷା ଗ୍ୟାଲେରୀ, ଦୋକାନ ଯାତ୍ରା, ଆଦର୍ଶ ବ୍ୟାଙ୍କ ଶିକ୍ଷଣୀୟ ହେବା ସହିତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା l ଶିକ୍ଷକ ଚନ୍ଦ୍ରମଣି ବାଘ ପି ଏମ ଶ୍ରୀ ଉତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l କାର୍ଯ୍ୟକ୍ରମକୁ ଶିକ୍ଷକ ଅରୁଣ କୁମାର ସିଂହ ଓ ପଦ୍ମନାଭ ମିଶ୍ର ସଂଯୋଜନା କରିଥବା ବେଳେ ଶିକ୍ଷୟିତ୍ରୀ ସମ୍ପା ବିଶ୍ୱାଳ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥବାବେଳେ ବରିଷ୍ଠ ଶିକ୍ଷକ ସଦାନନ୍ଦ ରଥ ଧନ୍ୟବାଦ ଜ୍ଞାପନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ