Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

17 ତମ କ୍ଷୀରୋଦ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଳl ପଞ୍ଚାୟତ ସାଗଜୂରୀ ଖେଳ ପଡିଆରେ ଖିରୋଦ କୁମାର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଉଦଘାଟନୀ ଉତ୍ସବ ରେ ସମାଜ ସେଵୀ ଦିଲେଶ୍ଵର କମ୍ପ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଶ୍ରୀକାନ୍ତ ମହାକୁର ଓ ଚିତ୍ତରଞ୍ଜନ କମ୍ପ ଯୋଗଦେଇ ଉଦଘାଟନ କରିଥିଲେ l ଉଦଘାଟନୀ ମ୍ୟାଚ ରେ ବମରାଜ ଓ ମେଣ୍ଡିଲିପାଲି ଦଳ ମଧ୍ୟରେ ହୋଇଥିଲା I ପ୍ରଥମେ ମେଣ୍ଡିଲିପାଲି ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୮ଓଭର ରେ ୪ ଉଇକେଟ ହରାଇ ୧୧୬ ରନ କରିଥିବା ବେଳେ ବାମରାଜ ଦଳ ୮ ଓଭର ୬ ଉଇକେଟ ହରାଇ ୭୮ରନ କରି ପରାସ୍ତ ହୋଇଥିଲା I ଦ୍ୱିତୀୟ ମ୍ୟାଚ ରେ ପ୍ରଥମେ ଭଳିଆପଦର ଓ କମଳପୁର ମଧ୍ୟରେ ହୋଇଥିଲା I ପ୍ରଥମେ କମଳପୁର ଦଳ ବ୍ୟାଟିଂ କରି ୬ ଓଭର ରେ ୨ ଉଇକେଟ ହରାଇ ୧୨୧ରନ କରିଥିବା ବେଳେ ଭଳିଆପଦର ଦଳ ୮ ଓଭର ରେ ୫ ଉଇକେଟ ହରାଇ ୭୬ ରନ କରିଥିଲl l ତୃତୀୟ ମ୍ୟାଚ ଟି ପ୍ରଥମ ଦଳ ର ବିଜେତା ମେଣ୍ଡିଲିପାଲି ଓ ଦ୍ୱତୀୟ ଦଳ ର ବିଜେତା କମଳପୁର ମଧ୍ୟରେ ହୋଇଥିଲା I ପ୍ରଥମେ ମେଣ୍ଡିଲିପାଲି ଦଳ ବ୍ୟାଟିଂ କରି ୨ ଓଭର ରେ ୧୭ ରନ କରିଥିବା ବେଳେ କମଲପୁର ଦଳ ୧ ଓଭର ୩ଟି ବଳରେ ବିଜୟୀ ହୋଇଥିଲା I କମଳପୁର ଦଳ ମେଣ୍ଡିଲିପାଲି ଦଳ କୁ ହରାଇ କମଲପୁର ଦଳ ପ୍ରଥମ ସେମି ଫାଇନାଲ ରେ ପ୍ରବେଶ କରିଛି ମ୍ୟାଚ ଗୁଡିକୁ ଅମ୍ପୟାର ମନରଞ୍ଜନ ହାତୀ ଓ ଭରତ ଥପା ସ୍କୋରର ସୁଶୀଲ ସେଠି ଓ ଧାରାବିବରଣୀ ପ୍ରଦାନ ଏବଂ ରମାକାନ୍ତ ଗହୀର ମ୍ୟାଚ ଗୁଡିକୁ ପରିଚାଳନା କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ