ବିଶାଲପାଲି ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ବଡ଼ମାଲ କୁ ହରାଇ କଳାପଥର ଦଳ ଚାମ୍ପିଆନ ଘୋଷିତ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ବିଶାଳପାଲି ରେ ହେଉଥିବା ୧୨ତମ ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ବଡ଼ମାଳ କୁ ହରାଇ କଳାପଥର ଚାମ୍ପିଅନ ହୋଇଛି। ଫାଇନାଲ ର ପ୍ରଥମ ଫର୍ମାଟ ରେ କଳାପଥର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୧୫୭ ରନ କରିଥିଲା । ଜବାବରେ ବଡ଼ମାଳ ଦଳ ୭ ଓଭର ରେ ସମସ୍ତ ଉଇକେଟ ହରାଇ ୬୩ ରନ କରିଥିଲା। ଦ୍ଵିତୀୟ ଫର୍ମାଟ ରେ କଳାପଥର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୫ ଉଇକେଟ ହରାଇ ୧୧୮ ରନ କରିଥିଲା। ଜବାବରେ ବଡ଼ମାଳ ଦଳ ୮ ଓଭର ରେ ସମସ୍ତ ଉଇକେଟ ହରାଇ ୫୪ ରନ କରିଥିଲା। ଉଭୟ ଫର୍ମାଟ ରେ ବିଜୟୀ ହୋଇ କଳାପଥର ଚାମ୍ପିଅନ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ମୁଖ୍ୟ ଅତିଥି ଏବଂ ଶିକ୍ଷକ ରମେଶ ସାହୁ,ସତ୍ୟନାରାୟଣ ସାହୁ,ସ୍ବେଚ୍ଛାସେବୀ ବଳରାମ ପଧାନ, କାମ୍ପାଲ ପଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଉଗ୍ରସେନ ପ୍ରଧାନ ଙ୍କୁ ମ୍ୟାନ ଅଫ ଫାଇନାଲ ଓ ସିରଜ ଭାବେ ପୁରସ୍କୃତ କରିବା ସହିତ ଚାମ୍ପିଅନ ଓ ଉପବିଜଜେତା ଦଳ କୁ ନଗଦ ଅର୍ଥରାଶି ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା। ସୁବ୍ରତ ଧଳ ଓ ଆଲୋକ ପ୍ରଧାନ ଫାଇନାଲ ମ୍ୟାଚ କୁ ପରିଚାଳନା କରିଥିବା ବେଳେ ନେପାଳ ପ୍ରଧାନ ସ୍କୋରିଂ ଏବଂ ପ୍ରଦୀପ ସାହୁ ଓ ସୁଜିତ ପଲିଆ ଧାରା ବିବରଣୀ ପ୍ରଦାନ କରିଥିଲେ।

