ଅମରପାଲି ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି l ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ୟାମସୁନ୍ଦର ସେଠି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସ୍କୁଲ ର ପରିଚାଳନା କମିଟି ସଭାପତି ଅଶୋକ କୁମାର ସାହୁ ମୁଖ୍ୟ ଅତିଥି, ପୂର୍ବତନ ସମିତି ସଭ୍ୟ ଡମ୍ବରୁଧର ସାହୁ, ସାମ୍ବାଦିକ ପିତାମ୍ବର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ l ଦୁଇଦିନ ଧରି ଚାଲିଥିବା କ୍ରୀଡା ପ୍ରତିଯୋଗିତା ରେ ୨୨୫ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l ବାଳକ ବିଭାଗ ପାଇଁ ୧୧ଟି ଇଭେଣ୍ଟ ଓ ବାଳିକା ବିଭାଗ ପାଇଁ ୧୦ଟି ଇଭେଣ୍ଟ କରାଯାଇଥିଲା l ଉଭୟ ବିଭାଗ ର ରଶ୍ମି ରଞ୍ଜନ ସାହୁ ଓ ସୁନେଲି ପଧାନ ଚାମ୍ପିୟନ ହୋଇଥିଲେ l ପ୍ରଧାନ ଶିକ୍ଷକ ଉମେଶଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ନିର୍ମଳ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସଭାପତି ଅଶୋକ କୁମାର ସାହୁ, ଅବସର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, କନ୍ଦର୍ପ ସେଠି ପ୍ରମୁଖ ସମ୍ମିଳନୀ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ବିଦ୍ୟାଳୟ ର ଖେଳ ଶିକ୍ଷକ କହ୍ନlଇ ଚରଣ ପଧାନ କ୍ରୀଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଶିକ୍ଷକ ଶ୍ୟାମ ସୁନ୍ଦର ସେଠି, ସମ୍ବିତ ପଧାନ, ବ୍ରହ୍ମl ନନ୍ଦ ପଧାନ, ପଦ୍ମନାଭ ପଧାନ, ନଟବର ରଣା, ନଟିଆ ସାହୁ, ଜଗନ୍ନାଥ ସାହୁ ଓ ଗୋବର୍ଦ୍ଧନ ନାଏକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ l

