Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ମହାବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅନୁକୂଲ୍ୟରେ ଜାତୀୟ ଯୁବ ଦିବସ ଆଜି ପାଳିତ ହୋଇଯାଇଛି I ସୋମବାର କଲେଜ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀ ଙ୍କ ଅଧ୍ୟକ୍ଷତା କ୍ରମେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଇଂରାଜୀ ବିଭାଗର ପ୍ରାଧ୍ୟାପିକା ଗୀତାଞ୍ଜଳି ପୂଜାରୀ , ଇତିହାସ ବିଭାଗର ଅଧ୍ୟାପିକା ଡକ୍ଟର ବନ୍ଦିତା ବିଶ୍ୱାଳ , ଓଡ଼ିଆ ବିଭାଗ ଅଧ୍ୟାପକ ପ୍ରକାଶ କୁମାର ସେଠ , ରାଜନୀତି ବିଜ୍ଞାନ ଅଧ୍ୟାପକ ନରେନ୍ଦ୍ର ଝା, ସ୍ମୃତି ରଞ୍ଜନ ଭରାସାଗର ପ୍ରମୁଖ ବକ୍ତବ୍ୟ ରଖିଥିଲେ I
ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଜାତୀୟ ସେବା ଯୋଜନାର ପରିଚଳିକା ଯାମିନୀ ଦାଶ ସଭା ସଂଯୋଜନା କରିଥିଲେ। ମଞ୍ଚାସୀନ ଅତିଥି ବୃନ୍ଦ ବକ୍ତବ୍ୟ ରଖିଥିଲେ ଯେ ଦେଶ ଗଠନରେ ଯୁବପିଢିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୁବପିଢ଼ି ହିଁ ସମାଜକୁ ପରିବର୍ତ୍ତନ କରିବାରେ ସହାୟକ ହୋଇଥାନ୍ତି। ଏହି ଅବସରରେ ବିବେକାନନ୍ଦଙ୍କ ଜୀବନୀ, ବାଣୀ ସମ୍ପର୍କରେ ବିଶେଷ ଭାବରେ ଆଲୋଚନା ହୋଇଥିଲା। ଅଧ୍ୟାପକ ପ୍ରଭାତ କୁମାର ପୁରୋହିତ, ଅଧ୍ୟାପିକା ବିଚିତ୍ରା ସାହୁ, ପୂଜାରାଣୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ ସଞ୍ଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଏନ ଏସ ଏସ ସ୍ବେଚ୍ଛାସେବୀମାନେ ଉପସ୍ଥିତ ରହିଥିଲେ। ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ବନ୍ଦେ ମାତରମ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯିବା ସହିତ ସ୍ୱଦେଶୀ ପତ୍ର ପାଠ କରାଯାଇଥିଲା।ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ