Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ ରେ ଜାତୀୟ ଯୁବ ଦିବସ ପାଳିତ

ବୀରମହାରାଜପୁର : ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ବୀରମହାରାଜପୁରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଅଛି I ଏହି ଉପଲକ୍ଷେ ବିଦ୍ୟାଳୟର ସମସ୍ତ ଛାତ୍ର ,ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ଦ୍ଵାରା ସାମୂହିକ ବନ୍ଦେ ମାତରଂ ଗାନକରାଯିବା ସହ ସ୍ୱଦେଶୀ ସଂକଳ୍ପ ପତ୍ର ପଠନ କରାଯାଇଥିଲା I ଏହାପରେ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ୱାମୀ ବିବେକାନନ୍ଦଙ୍କ ଜିବନୀ ଓ ସନାତନ ସଂସ୍କୃତି ଉପରେ ତାଙ୍କ ଅବଦାନକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ କଣ୍ଠ ଶିଳ୍ପୀ ଶ୍ରୀମତୀ ମୋନାଲିସା ନନ୍ଦ ଯୋଗ ଦେଇ ସଙ୍ଗୀତ ମାଧ୍ୟମରେ ବିବେକାନନ୍ଦଙ୍କ ଜିବନୀ କୁ ପରିବେଷଣ କରି ଛାତ୍ରମାନଙ୍କୁ ଲକ୍ଷ୍ୟ ପଥରେ ଅଗ୍ରସର ହେବା ପାଇଁ ପ୍ରେରଣା ଦେଇଥିଲେ I ଏଥିରେ ଶିକ୍ଷକ ସଦାନନ୍ଦ ପଣ୍ଡା, ବୈକୁଣ୍ଠ ନାୟକ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସାଂସ୍କୃତିକ ପ୍ରମୁଖ ଜ୍ୟୋତିର୍ମୟୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସକ୍ରୀୟ ସହଯୋଗ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ