ବିବାହ ପୂର୍ବରୁ ଝିଅର ସ୍ଵୀକୃତି ନେବା ଆବଶ୍ୟକ; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
କଟକ,୧୩|୦୧: ଏଣିକି ବିବାହ ପୂର୍ବରୁ ଝିଅର ସ୍ଵୀକୃତି ନେବା ଆବଶ୍ୟକ। ଝିଅକୁ ବିବାହ କରିବାକୁ ଜୋର ଜବରଦସ୍ତି କରିପାରିବେ ନାହିଁ ଅଭିଭାବକ | ନିକଟରେ ହାଇକୋର୍ଟ ଏକ ମାମଲାର ଶୁଣାଣି କରିବା ସମୟରେ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି | ଝିଅକୁ ବିବାହ କରିବା ପୂର୍ବରୁ ଝିଅର ମତାମତ ନେବା ଅତ୍ୟନ୍ତ ଜରୁରୀ। ପ୍ରାପ୍ତ ବୟସ୍କ କନ୍ୟାର ନିଷ୍ପତ୍ତିକୁ ସମ୍ମାନ ଦେବା ଉଚିତ | ଏକ ହେବିୟସ କର୍ପସ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି ହାଇକୋର୍ଟ |
ଅଭିଭାବକ ମାନେ ବିବାହ ସଂପର୍କିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହି ପ୍ରସଙ୍ଗରେ ଝିଅର ସ୍ବୀକୃତି ନେବା ନିହାତି ଭାବେ ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି । ଯେତେବେଳେ ଜଣେ ଝିଅ ବିବାହ ପାଇଁ ରାଜି ହୋଇ ନଥାଏ, ତେବେ ତାକୁ ଜୋର ଜବରଦସ୍ତି ବଳ ପ୍ରୟୋଗ କରି ବାହାଦେବା ସୁସ୍ଥ ସମାଜ ପାଇଁ ଜମା ଅନୁକୂଳ ନୁହେଁ । ଅଧିକାଂଶ ସମୟରେ ଅଭିଭାବକ ମାନେ ନିଜ ନିଷ୍ପତ୍ତି ପିଲାମାନଙ୍କ ଉପରେ ଲଦି ଦେବାର ଦେଖାଯାଉଛି | ଏହା ବିରୁଦ୍ଧରେ ପ୍ରଶାସନ ସଚେତନ କରିବା ନିହାତି ଆବଶ୍ୟକ | ପ୍ରାପ୍ତ ବୟସ୍କ ଝିଅର ନିଷ୍ପତ୍ତିକୁ ସମ୍ମାନ ଦେବା ଉପରେ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି |

