Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମବଙ୍ଗରେ ନିପା ଭାଇରସ୍ ର ଆତଙ୍କ

କୋଲକାତା,୧୩|୧: ପଶ୍ଚିମବଙ୍ଗରେ ନିପା ଭାଇରସ୍‌ର ଆତଙ୍କ | ଏନେଇ ଦୁଇଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି | ଘଟଣାରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ତାଙ୍କ ସହ ଫୋନରେ କଥା ହୋଇ ସମସ୍ତ ପ୍ରକାରର ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ର ଅନୁସାରେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ବୈଷୟିକ, ଲଜିଷ୍ଟିକ୍ ଏବଂ ପ୍ରଶାସନିକ ସହାୟତା ଯୋଗାଇ ଦିଆଯାଉଛି। ପରୀକ୍ଷା, ନିରୀକ୍ଷଣ, ଚିକିତ୍ସା, ସଂକ୍ରମଣ ନିବାରଣ ଏବଂ ନିୟନ୍ତ୍ରଣ ପାଇଁ ସମସ୍ତ ଆବଶ୍ୟକୀୟ ସମ୍ବଳ ଉପଲବ୍ଧ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କୁ କଣ୍ଟାକ୍ଟ ଟ୍ରେସିଂ ଏବଂ ଅନ୍ୟାନ୍ୟ ପ୍ରତିଷେଧକ ପଦକ୍ଷେପ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି।

ଗତ ୧୧ ଜାନୁଆରି ୨୦୨୬ରେ, ପଶ୍ଚିମବଙ୍ଗରେ ନିପା ଭାଇରସ୍‌ର ଦୁଇଟି ସନ୍ଦିଗ୍ଧ ମାମଲା ରିପୋର୍ଟ ହୋଇଥିଲା। ଆଇସିଏମ୍‌ଆର୍-ଏମ୍ସ କଲ୍ୟାଣୀର ଭିଆର୍‌ଡିଏଲ୍‌ ଲ୍ୟାବରେ ପରୀକ୍ଷା କରିବା ସମୟରେ ଏହି ସନ୍ଦିଗ୍ଧ ମାମଲାଗୁଡ଼ିକୁ ଚିହ୍ନଟ କରାଯାଇଥିଲା। ଏହି ବିଷୟରେ ସୂଚନା ପାଇବା ପରେ, କେନ୍ଦ୍ର ସରକାର ତୁରନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଯୋଗାଯୋଗ କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖି ସମସ୍ତ ପ୍ରକାରର ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ