ଝାରସୁଗୁଡା ରେଳ ଷ୍ଟେସନରେ ଲାଗିଲା ନିଆଁ
ଝାରସୁଗୁଡା,୧୩|୧: ଝାରସୁଗୁଡା ରେଳ ଷ୍ଟେସନରେ ଲାଗିଲା ନିଆଁ | ମୁଖ୍ୟ ରେଲୱେ ଷ୍ଟେସନ ୧ ନମ୍ବର ପ୍ଲାଟ ଫର୍ମରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୧ ରେ ବିଦ୍ୟୁତ ମରାମତି କାର୍ଯ୍ୟ ଚାଲିଥିବାବେଳେ ଏକ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ଯାହାଫଳରେ ସର୍ଟ ସର୍କିଟ ହୋଇ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା |
ଘଟଣାରେ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ସୂଚନା ପାଇ ରେଲୱେ ବିଭାଗର ବିଦ୍ୟୁତ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏଥିରେ କୌଣସି ପ୍ରକାରର ପ୍ରାଣ ହାନୀ କିମ୍ବା ବିଶେଷ କ୍ଷତି ହୋଇ ନାହିଁ । ଘଟଣା ପରେ ଯାତ୍ରୀ ମାନଙ୍କୁ ଭୟଭୀତ ନହେବା ପାଇଁ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।

