Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଧନୁଯାତ୍ରା ଜାନୁଆରୀ 27 ରୁ ଫେବୃୟାରୀ 4

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଆସନ୍ତା ୨୭ ଜାନୁୟାରୀ ଠାରୁ ୪ ଜାନୁୟାରୀ ପର୍ଯ୍ୟନ୍ତ ହେବାକୁ ଥିବା ଚତୁର୍ଥ ବୀରମହାରାଜପୁର ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ ଅନୁଷ୍ଠିତ ହୋଇଯାଇଛି l ପ୍ରସିଦ୍ଧ ଦେବୀ ପୀଠ ମେଟାକାନି ମନ୍ଦିର ପରିସରରେ କଂସ ମହାରାଜ ଝସକେତନ ପଧାନଙ୍କୁ କଂସ ଭାବରେ ବରଣ କରାଯାଇଥିଲା l କଂସ ବରଣ ସମୟରେ ଧନୁଯାତ୍ରା ମହୋତ୍ସବ କମିଟି ସଭାପତି କିଶୋର ହୋତା, ଗୋଲକ ବିହାରୀ ଦୀକ୍ଷିତ, ଅବିନାଶ ଥନାପତି, ପ୍ରକାଶ ପଧାନ, ଆକାଶ ଥନାପତି, ସୁରୁବାବୁ ପଧାନ, ବିଜୟ କୁମାର ନାଏକ , ପ୍ରଶାନ୍ତ ଜଗଦଲl , ଶଶୀ , ସୁବାଷ , ଶୁଭମ ବେହେରାମାଲି ପ୍ରମୁଖ ଉପସ୍ଥିତ ଥିଲେ l ଚଳିତ ବର୍ଷ ମିନବଜାର, ବାଲୁକା କଳା ସାଙ୍ଗକୁ କଟକ ର ସିଂଘମ ଡ୍ୟାନ୍ସ ଗ୍ରୁପ ଚମତ୍କାର ନୃତ୍ୟ ପରିବେଷଣ କରିବେ ବୋଲି ଆୟୋଜକ କମିଟି ସଭାପତି କିଶୋର ହୋତା ପ୍ରକାଶ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ