ଶାଗଜୁରି ରେ 17 ତମ କ୍ଷୀରୋଦ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଦୁଃର୍ଜନତୈଲା ଗ୍ରାମ ପଞ୍ଚାୟତ ସାଗଜୁରୀ ଠାରେ ୧୭ତମ ଖିରୋଦ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ମ୍ୟାଚ ରେ ଖଇରମାଳ କୁ ହରାଇ ବଡ଼ ଅଙ୍କରିଆ ବିଜୟୀ ହୋଇଥିଲା l ପ୍ରଥମେ ଖଇରମାଳ ବ୍ୟାଟିଂ କରି ନିର୍ଧାରିତ ୧0ଓଭର ରେ ୮ ଓ୍ଵିକେଟ ହରାଇ ୧0୫ ରନ ସଂଗ୍ରହ କରିଥିଲା l ଜବାବ ରେ ବଡ଼ ଅଙ୍କରିଆ ୭ ଓଭର ୧ ଓ୍ୱିକେଟ ହରାଇ ୧0୭ ରନ ସଂଗ୍ରହ କରି ବିଜୟୀ ହୋଇଥିଲା l ଦ୍ଵିତୀୟ ମ୍ୟାଚ ରେ ହିଙ୍ଗମା ଏବଂ ମାଣିକପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ହିଙ୍ଗମା ବିଜୟୀ ହୋଇଥିଲା l ବିଜୟୀ ବଡ଼ ଅଙ୍କରିଆ ଏବଂ ହିଙ୍ଗମା ମଧ୍ୟରେ କ୍ୱା୍ଟର ଫାଇନାଲ ମ୍ୟାଚ ରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ବ୍ୟାଟିଂ କରି ହିଙ୍ଗମା ୭ ଓଭର ଖେଳି ୩ ଓ୍ୱିକେଟ ହରାଇ ୮୧ ରନ ସଂଗ୍ରହ କରିଥିଲା l ଜବାବ ରେ ବଡ ଅଙ୍କରିଆ ୭ ଓଭର ଖେଳି ୪ଓ୍ୱିକେଟ ହରାଇ ୮୩ ରନ ସଂଗ୍ରହ କରି ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଥିଲେ l ୧୯ ଟି ବଲ ଖେଳି ୪୪ ରନ ବ୍ୟକ୍ତିଗତ ଭାବରେ ସଂଗ୍ରହ କରି ବଡ଼ ଅଙ୍କରିଆ ର ବିଶ୍ଵାମିତ୍ର ମ୍ୟାନ ଅପ ଦି ମ୍ୟାଚ ହୋଇଥିଲେ l ଅତିଥି ଭାବରେ ରଞ୍ଜନ କମ୍ପ, ରାମନାରାୟଣ ସେଠି ଯୋଗ ଦେଇଥିବାବେଳେ ସୁଶୀଲ ଏବଂ ଭରତ ଓ଼ମ୍ପ୍ୟାୟାର ଭାବରେ ଖେଳ ପରିଚାଳନା କରିଥିଲେ l ରମାକାନ୍ତ ଗହୀର ଧରାବିବରଣୀ ପ୍ରଦାନ କରିଥିବାବେଳେ l ଚିତ୍ତରଞ୍ଜନ କମ୍ପ , ମନରଞ୍ଜନ ହାତୀ , ଶଶୀଭୁଷଣ କମ୍ପ ଟୁର୍ନାମେଣ୍ଟ ର ଆୟୋଜନ କରିଛନ୍ତି l

