Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଶାଗ୍ରସ୍ତ କାରଣରୁ ଆସାମୀ ଗୀତିକାର ଜୁବିନ ଗର୍ଗଙ୍କ ମୃତ୍ୟୁ

ସିଙ୍ଗାପୁର,୧୫|୧: ଲୋକପ୍ରିୟ ଭାରତୀୟ ଗୀତିକାର ଜୁବିନ ଗର୍ଗଙ୍କ ମୃତ୍ୟୁକୁ ନେଇ ନୂଆ ଅପଡ଼େଟ ସାମ୍ନାକୁ ଆସିଛି। ଗତ ବୁଧବାର କୋର୍ଟରେ ସିଙ୍ଗାପୁର ପୁଲିସ ତଦନ୍ତର ସମସ୍ତ ତଥ୍ୟ ଉପସ୍ଥାପନ କରିଛି | ଯେଉଁ ରିପୋର୍ଟରେ ଗର୍ଗ ନିଶାଗ୍ରସ୍ତ ଥିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି | ଗତ ସେପ୍ଟେମ୍ବର ୨୦୨୫ରେ ହୋଇଥିବା ଅଘଟଣ ସମୟରେ ସେ ବହୁତ ଅତ୍ୟଧିକ ନିଶା ଅବସ୍ଥାରେ ଥିଲେ। ଏବଂ ସେ ଲାଇଫ୍ ଜ୍ୟାକେଟ୍ ନ ପିନ୍ଧି ସମୁଦ୍ରକୁ ଡେଇଁଥିଲେ। ଯାହା ଫଳରେ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଥିଲା | ଉଲ୍ଲେଖ ରହିଛି ଯେ, ୫୨ ବର୍ଷୀୟ ଜୁବିନ ଗର୍ଗ ଗତ ୧୯ ସେପ୍ଟେମ୍ବର ୨୦୨୫ରେ ଏକ ୟଟ୍ ପାର୍ଟିରେ ସାମିଲ ହୋଇ ଥିଲେ। ତା ପରଦିନ ସିଙ୍ଗାପୁର ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲରେ ତାଙ୍କର ବିଶେଷ କାର୍ଯ୍ୟକ୍ରମ ରହିଥିଲା। ତେବେ ସେଠାରେ ସମୁଦ୍ରରେ ପହଁରିବା ପାଇଁ ସେ ଓହ୍ଲାଇଥିଲେ ଏବଂ ଫେରି ନଥିଲେ। କୋର୍ଟରେ ମୁଖ୍ୟ ଯାଞ୍ଚ ଅଧିକାରୀ ପ୍ରଦାନ କରିଥିବା ରିପୋର୍ଟ ଅନୁଯାୟୀ ଜୁବିନ ପ୍ରଥମେ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିଲେ, ମାତ୍ର କିଛି ସମୟ ପରେ ଓହ୍ଲାଇ ଦେଇଥିଲେ।

ପରେ ତାଙ୍କୁ ଅନ୍ୟ ଏକ ଛୋଟ ଲାଇଫ୍ ଜ୍ୟାକେଟ୍ ଦିଆଯାଇଥିଲା କିନ୍ତୁ ସେ ପିନ୍ଧିବାକୁ ମନା କରିଦେଇଥିଲେ। ସାକ୍ଷ୍ୟ ପ୍ରମାଣଙ୍କ ମୁତାବକ ସେ ୟଟ୍ ଆଡେ ପହଁରିକି ଆସିବାକୁ ଚେଷ୍ଟା କରିଥିଲେ; କିନ୍ତୁ ସେ ଚେତାଶୂନ୍ୟ ହୋଇଯାଇଥିଲେ। ପରେ ତାଙ୍କୁ ତୁରନ୍ତ ୟଟକୁ ଅଣାଯାଇ ସିପିଆର୍ ଦିଆଯାଇଥିଲା; କିନ୍ତୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା। ପୋଷ୍ଟବଟମ୍ ରିପୋର୍ଟ ଅନୁସାରେ ପାଣିରେ ବୁଡିଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।

ଅଧିକାରୀ କୋର୍ଟକୁ କହିଛନ୍ତିଯେ, ପୋଷ୍ଟମର୍ଟମ ପରୀକ୍ଷାରୁ ଗର୍ଗଙ୍କ ମୃତ୍ୟୁର କାରଣ ପାଣିରେ ବୁଡ଼ିଯିବା ଯୋଗୁ ହୋଇଛି ବୋଲି ନିଶ୍ଚିତ ହୋଇଛି | ଏବଂ ଶରୀରରେ କିଛି ଆଘାତ ମିଳିଥିବା ବେଳେ, ସେଗୁଡ଼ିକ CPR ଏବଂ ଉଦ୍ଧାର ପ୍ରୟାସ ସମୟରେ ହୋଇଥିବା ମଧ୍ୟ ନିର୍ଣ୍ଣୟ କରାଯାଇଛି। ଏହା ସହିତ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଡାକ୍ତରୀ ପରୀକ୍ଷାରୁ ଗର୍ଗଙ୍କ ରକ୍ତରେ ଉଚ୍ଚ ରକ୍ତଚାପ ନିର୍ଦ୍ଧାରିତ ଔଷଧ ଚିହ୍ନଟ ହୋଇଛି |

ରିପୋର୍ଟ ଅନୁଯାୟୀ,ଜୁବିନଙ୍କ ରକ୍ତରେ ଆଲକୋହଲ ମାତ୍ରା ୧୦୦ ମିଲି ରକ୍ତରେ ୩୩୩ ମିଲିଗ୍ରାମ ଥିଲା, ଯାହା ସିଙ୍ଗାପୁରରେ ନିର୍ଦ୍ଧାରିତ ନିୟମ ସୀମାଠୁ ବହୁତ ଅଧିକ ଥିଲା। ୟଟର କ୍ୟାପ୍ଟେନଙ୍କ ବୟାନ ଅନୁସାରେ ଅତ୍ୟଧିକ ନିଶା ସେବନ ଯୋଗୁଁ ଜୁବିନ ଠିକ୍ ରୂପେ ଚାଲିପାରୁନଥିଲେ। ବନ୍ଧୁମାନେ ତାଙ୍କୁ ସାହାରା ଦେଇ ୟଟ ଉପରକୁ ଚଢାଉଥିଲେ। ସୂଚନା ଅନୁଯାୟୀ, ସିଙ୍ଗାପୁର ପୁଲିସ ପକ୍ଷରୁ ସମୁଦାୟ ୩୫ ସାକ୍ଷ୍ୟ ପ୍ରମାଣଙ୍କୁ ତଦନ୍ତ ପାଇଁ ଡକାଯାଇଥିଲା। ଅନ୍ୟପଟେ, ଆସାମ ପୁଲିସ ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories