ମାଟ୍ରିମୋନିରେ ଫେକ୍ ଡାକ୍ତର ପ୍ରୋଫାଇଲ୍ କରି ଯୁବତୀଙ୍କ ଠାରୁ ଠକିନେଲେ ୨୨ ଲକ୍ଷ!
ଭୁବନେଶ୍ୱର,୧୫|୧: ଆଜିର ସମୟରେ ମାଟ୍ରିମୋନି ହେଉଛି ସବୁଠାରୁ ଏକ ଉତ୍ତମ ପଦକ୍ଷେପ ବରପାତ୍ର କିମ୍ବା କନ୍ୟାର ସନ୍ଧାନ ପାଇଁ | ହଜାର ହଜାର ଲୋକ ଏହା ଉପରେ ଭରଷା କରିଥାନ୍ତି | ଏକ ଉତ୍ତମ ବରପାତ୍ର କିମ୍ବା କନ୍ୟା ଖୋଜିବା ପାଇଁ ମାଟ୍ରିମୋନି ଉପରେ ଭରଷା କରି ବିବାହ କରିବାକୁ ଚିନ୍ତା କରିଥାନ୍ତି | ଯଦି ଏଭଳି ଚିନ୍ତା କରୁଥାନ୍ତି ତେବେ ସତର୍କ ହୋଇଯାଆନ୍ତୁ | ମାଟ୍ରିମୋନିରେ ପ୍ରୋଫାଇଲ ଉପରେ ଭରଷା କରିବା ପୂର୍ବରୁ ଥରେ ନିଶ୍ଚୟ ଯାଞ୍ଚ କରନ୍ତୁ ସେଥିରେ କିଛି ସତ୍ୟତା ରହିଚିକି ନାହିଁ |
ମାଟ୍ରିମୋନିରେ ଫେକ୍ ଡାକ୍ତର ପ୍ରୋଫାଇଲ୍ କରି ଯୁବତୀଙ୍କ ଠାରୁ ଠକିନେଲେ ୨୨ ଲକ୍ଷ | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ | ଯେଉଁଠି ଜଣେ ମିଛରେ ଡାକ୍ତର କହି ଯୁବତୀଙ୍କୁ ଠକିଛନ୍ତି ବୋଲି ଅଭିଯୋଗ ହୋଇଛି | ସାନ ଭାଇ ସହ ମିଶି ବିବାହର ପ୍ରଲୋଭନ ଦେଖାଇ ନକଲି ଡାକ୍ତର ଜଣକ ଯୁବତୀଙ୍କୁ ଠକିଛନ୍ତି ବୋଲି ଜଣାପଡିଛି । ଖାଲି ସେତିକି ନୁହେଁ ବିଭିନ୍ନ ବ୍ୟାଙ୍କରେ ପଲିସି କରିବା ନାଁରେ ବି ଉକ୍ତ ବ୍ୟକ୍ତି ଜଣକ ଠକେଇ କରିଛନ୍ତି। ତେବେ ଘଟଣାରେ ପାହାଳ ଥାନା ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଅଧିକ ତଥ୍ୟ ସଂଗ୍ରହ ପାଇଁ ପୋଲିସ ତଦନ୍ତ ଜାରି ରହିଛି।

