ଧର୍ମଶାଳା ସରସ୍ଵତୀ ଶିଶୁମନ୍ଦିର ର ବାର୍ଷିକ ଉତ୍ସବ ପାଳିତ
ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ୨୭ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି l ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ କେଶବ ଦାଶ ଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ବୀରମହାରାଜପୁର ବିଧାୟକ ଶ୍ରୀଯୁକ୍ତ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର , ମୁଣ୍ଡଘାଟ ସରପଞ୍ଚ କେସନ ଜଗଦଲା ଓ ସୋନପୁର ମହା ବିଦ୍ୟାଳୟର ଅଧ୍ୟାପକ ଡ଼ଃ କୈଳାଶ ଚାନ୍ଦ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ I ପ୍ରଥମେ ବିଦ୍ୟାଦାତ୍ରୀ ମା ସରସ୍ବତୀ ପ୍ରାତଃ ବନ୍ଦନୀୟା ମା ଭାରତୀଙ୍କ ନିକଟରେ ଦୀପ ପ୍ରଜ୍ବଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମିତ୍ରଭାନୁ ନନ୍ଦ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ I ମୁଖ୍ୟ ଅତିଥି ବିରମହାରାଜପୁର ବିଧାୟକ ବିଦ୍ୟାଳୟର ଅଭିବୃଦ୍ଧି ନିମନ୍ତେ ଯେତେବେଳେ ଯାହା ଆବଶ୍ୟକ ଯୋଗାଇଦେବାକୁ କହିଥିବା ବେଳେ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ବିଦ୍ୟା ଦଦାତି ବିନୟଂ ଅର୍ଥ ବୁଝାଇବା ସହିତ ବିଦ୍ୟାଳୟର ଉନ୍ନତି ପାଇଁ ଯଥାଶକ୍ତି ସହଯୋଗର ପ୍ରତିଶୃତି ଦେବା ସଙ୍ଗେ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ସେହିପରି ମୁଣ୍ଡଘାଟ ସରପଞ୍ଚ କେସନ ଜଗଦଲା ପଞ୍ଚାୟତ ପାଣ୍ଠିରୁ ଯଥାଶକ୍ତି ସହଯୋଗର ପ୍ରତିଶୃତି ଦେଇଥିବା ଦେଖିବାକୁ ମିଳିଥିଲା l ମୁଖ୍ୟ ବକ୍ତା ଅଧ୍ୟାପକ କୈଳାସ ଚାନ୍ଦ ତିନି ପାଠ ପଢି ଜଣେ ଭଲ ମଣିଷ ହେବାକୁ ହେଲେ ତିନୋଟି HHH ପ୍ରତି ଧ୍ୟାନ ଦେବାକୁ କହିଥିଲେ, head, hand, health, ପ୍ରତି ଯତ୍ନବାନ ହେଲେ ଭଲ ପାଠ ପଢି ସମାଜରେ ଜଣେ ଭଲ ମଣିଷ ହୋଇ ପାରିବା ବଲି କହିଥିଲେ l ଅନୁଷ୍ଠାନ ର କୋଷାଧକ୍ଷ ଧନ୍ୟବାଦ ଦେଇଥିଲେ l ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ସାସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ବେଶ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ସୁବାସ ଜଗଦଲା, ରସାନନ୍ଦ ସେଠି, ରମେଶ ମେଣ୍ଡିଲି, ମିତମ୍ବିନୀ ପାଢ଼ୀ , ଶାନ୍ତିଲତା ମେସୁଆ , ରାଜେନ୍ଦ୍ର ତରିଆ , ହିମାଂଶୁ କର୍ଣ୍ଣ, ସୁଶୀତା ମିଶ୍ର , ମାମିନ ା, ଗୁରୁମା , ଗୀତା ଗୁରୁମା, ଜୟଶ୍ରୀ ଗୁରୁମାଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ l

