Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିରୁ ପୁଣି ଜଣେ ନେତାଙ୍କୁ ଆଉଟ୍; ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁଁ କରାଯାଇଛି ନିଲମ୍ବିତ

ଭୁବନେଶ୍ୱର,୧୬|୧: ଗତକାଲି ବିଜେଡିରୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନା ମହାକୁଡ଼ଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ନିଲମ୍ବିତ କରଯାଇଥିଲା | ଆଉ ଆଜି ବିଜେଡିରୁ ପୁଣି ଜଣେ ନେତାଙ୍କୁ ନିଲମ୍ବିତ କରାଯାଇଛି ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ( @Naveen_Odisha ) ଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀ ଗଣେଶ୍ଵର ବରାଳଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।#BJD4Odisha#BJDWithOdisha pic.twitter.com/rwB2RMppCc— Biju Janata Dal (@bjd_odisha) January 16, 2026

ଯାଜପୁର ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ବର ବରାଳଙ୍କୁ ନିଲମ୍ବିତ କରିଛି ଦଳ। ଦଳବିରୋଧୀ କାର୍ଯ୍ୟକଳାପ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଛି | ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ,ଏହି ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ଏନେଇ ବିଜେଡି ଉପସଭାପତି ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ