Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଜର ଭୁଲ ସ୍ୱୀକାର କଲା ଆଇସିସି!

ବିରାଟ କୋହଲି ଦିନିକିଆ ରାଙ୍କିଙ୍ଗ୍ ରେ ପୁଣି ଥରେ ନମ୍ବର ୱାନ୍ ହୋଇଛନ୍ତି । ନିକଟରେ ଆଇସିସି ପକ୍ଷରୁ ପ୍ରକାଶିତ ଏକ ତାଲିକାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଦ୍ଵନ୍ଦ ସୃଷ୍ଟି ହୋଇଥିଲା । ଆଉ ଏବେ ଆଇସିସି ତାର ତ୍ରୁଟି ସୁଧାରିଛି । ସୂଚନା ଅନୁସାରେ, ଆଇସିସି ତାର ପ୍ରଥମ ତାଲିକା ସେୟାର କରି ବିରାଟ କୋହଲି ତାଙ୍କ କ୍ୟାରିୟରରେ ୮୨୫ ଦିନ ପାଇଁ ନମ୍ବର ୱାନ୍ ସ୍ଥାନରେ ଥିବା ଦର୍ଶାଇଥିଲା । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ, ବିରାଟ କୋହଲି ୧୫୪୭ ଦିନ ପାଇଁ ନମ୍ବର ୧ ଦିନିକିଆ ବ୍ୟାଟର ଅଛନ୍ତି । ଅର୍ଥାତ ଆଇସିସି ପକ୍ଷରୁ ପ୍ରକାଶିତ ହୋଇଥିବା ତାଲିକାରେ ୭୨୨ ଦିନ କଟାଯାଇଥିଲା । ତେବେ ଏହି ତ୍ରୁଟିକୁ ସୁଧାରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ।

ସୂଚନାଯୋଗ୍ୟ, ବିରାଟ କୋହଲି ତାଙ୍କ ଦିନିକିଆ କ୍ୟାରିୟରରେ ମୋଟ ୧୫୪୭ ଦିନ ପାଇଁ ନମ୍ବର-ୱାନ ରାଙ୍କିଙ୍ଗ୍‌ ରେ ବଜାୟ ରଖିଛନ୍ତି । ସେ ୨୦୧୭ ରୁ ୨୦୨୧ ମଧ୍ୟରେ ଲଗାତାର ୧୨୫୭ ଦିନ ପାଇଁ ନମ୍ବର-ୱାନ ରାଙ୍କିଙ୍ଗ୍‌ ବଜାୟ ରଖିଛନ୍ତି । ଭାରତୀୟ ବ୍ୟାଟର ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ସମୟ ପାଇଁ ତାଙ୍କର ରେକର୍ଡ ରହିଛି | ତେବେ ଏହି ତାଲିକାରେ ୱେଷ୍ଟଇଣ୍ଡିଜର ମହାନ ଖେଳାଳି ଭିଭିଆନ ରିଚାର୍ଡସ ପ୍ରଥମରେ ରହିଛନ୍ତି, ଯିଏ ତାଙ୍କ କ୍ୟାରିୟରରେ ମୋଟ ୨୩୦୬ ଦିନ ପାଇଁ ଶୀର୍ଷରେ ରହିଛନ୍ତି ।

ICC ରାଙ୍କିଙ୍ଗ୍ ଘୋଷଣା ପ୍ରକାଶିତ କରିବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୁଲ କରିଥିଲା । ସରକାରୀ ପୋଷ୍ଟ ଅନୁସାରେ, ସେମାନେ ବିରାଟଙ୍କ ମୋଟ ନମ୍ବର ୱାନ୍ ଦିନକୁ ୮୨୫ ଭାବରେ ତାଲିକାରେ ଦର୍ଶାଇଥିଲେ । ଯେତେବେଳେ ପ୍ରକୃତ ସଂଖ୍ୟା ହେଉଛି ୧୫୪୭ ଦିନ । ତାଲିକାରେ ବିରାଟଙ୍କ ମୋଟ ଦିନ ସଂଖ୍ୟା ୭୨୨ ଦିନ ହ୍ରାସ କରିଥିଲେ । ଆଇସିସି ପକ୍ଷରୁ ଏହି ତ୍ରୁଟି ସୋସିଆଲ ମିଡିଆରେ ପ୍ରଶଂସକ ଏବଂ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଦ୍ଵନ୍ଦ ସୃଷ୍ଟି କରିଥିଲା । ଏହି ଘଟଣାରେ ଅନେକ ୟୁଜର୍ସ ଆଇସିସିକୁ ଟ୍ୟାଗ୍ କରି ପ୍ରଶ୍ନ କରିଥିଲେ ଯେ, ଏତେ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ସହିତ ଏପରି ଭୁଲ କିପରି ହୋଇପାରିବ? ପରେ ଆଇସିସି ଭୁଲ ସ୍ୱୀକାର କରି ଏହି ପୋଷ୍ଟକୁ ହଟାଇ ଦେଇଥିବା ଜଣାପଡିଛି।​​​​​​​ଭାରତୀୟ ବ୍ୟାଟର ବିରାଟ କୋହଲି ଦୀର୍ଘ ୪ ବର୍ଷ ପରେ ଆଇସିସି ଦିନିକିଆ ବ୍ୟାଟର ତାଲିକାରେ ପ୍ରଥମ ସ୍ଥାନକୁ ଫେରିଥିଲେ । ତେବେ ବୁଧବାର ପ୍ରକାଶିତ ତାଲିକାରେ ବିରାଟ ୭୮୫ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ଅଛନ୍ତି । ଏହାକୁ ନେଇ ଭାରତୀୟ କ୍ରିକେଟ ପ୍ରେମୀ ବେଶ ଖୁସି ହୋଇଥିଲେ । କିନ୍ତୁ କୋହଲିଙ୍କ ସ୍ଥାନ ଅପରିବର୍ତ୍ତିତ ରହିବକି ? କାରଣ ନ୍ୟୁଜିଲାଣ୍ଡର ତାରକା ବ୍ୟାଟର ଡାଲିଲ୍ ମିଚେଲ ଯେଉଁ ଫର୍ମରେ ଅଛନ୍ତି ଲାଗୁଛି ବିରାଟଙ୍କୁ ଟପିଯିବେ । ସୂଚନା ରହିଛିଯେ, ମିଚେଲ ୭୮୪ ପଏଣ୍ଟରେ ରହିଛନ୍ତି | ଏବଂ ବିରାଟଙ୍କଠୁ ମିଚେଲ ମାତ୍ର ଗୋଟିଏ ପଏଣ୍ଟରେ ପଛରେ ରହିଛନ୍ତି | ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ବିରାଟ ୨୩ ରନ୍ କରିଥିଲେ । ଡାରିଲ ମିଚେଲ ୧୩୧ ରନର ମ୍ୟାଚ ଖେଳିଥିଲେ । ତେବେ ଏହି ପାଳି ପରେ ତାଙ୍କର ଅଙ୍କ ଆହୁରି ବଢ଼ିଯାଇ ପାରେ ବୋଲି ଅନୁମାନ ହେଉଛି । ଯଦି ତୃତୀୟ ଦିନିକିଆରେ ବିରାଟ ଏକ ବଡ଼ ସ୍କୋର ନ କରନ୍ତି ହୁଏତ ତାଙ୍କ ପୋଜିସନ ନମ୍ୱର ୱାନ୍ ରୁ ତଳକୁ ଖସିଯାଇପାରେ ବୋଲି ଅନୁମାନ କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ