Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରୀଡ଼ା ହିଁ ମଣିଷ କୁ ସୁସ୍ଥ ମାନସିକତା ଓ ସୁସ୍ଥ ଜୀବନ ଦିଏ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଦୁଇଦିନ ଧରି ଚାଲିଥିବା ୪୪ତମ ବାର୍ଷିକ କ୍ରୀଡ଼ା ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ବୀରମହାରାଜପୁର ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ହିଁ ମଣିଷକୁ ସୁସ୍ଥ ମାନସିକତା ଓ ସୁସ୍ଥ ଜୀବନ ଦିଏ ବୋଲି ଅଭିଭାଷଣରେ ମତବ୍ୟକ୍ତ କରିଛନ୍ତି । ଏଥିସହ ଇଂରାଜୀ ପ୍ରଧ୍ୟାପିକା ଗୀତାଞ୍ଜଳୀ ପୂଜାରୀ , ଶିକ୍ଷା ଅଧ୍ୟାପକ ବିଜୟ କୁମାର ପ୍ରଧାନ , କ୍ରୀଡ଼ା ଶିକ୍ଷକ ନରେନ୍ଦ୍ର ଚାନ୍ଦ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ ଇତିହାସ ଅଧ୍ୟାପିକା ଡ. ବନ୍ଦିତା ବିଶ୍ବାଳ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଦୁଇଦିନ ଧରି ଚାଲିଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ୨୦ଟି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ। +୨ ବାଳିକା ବର୍ଗରେ ଛାତ୍ରୀ ପ୍ରତିମା ମହାନନ୍ଦ ଚାମ୍ପିଅନ ହୋଇଥିବା ବେଳେ ବାଳକ ବର୍ଗରେ ଛାତ୍ର ସମୀର କୁମାର କଲେଟ ଚାମ୍ପିଅନ ହୋଇଥିଲେ। ସେହିପରି +୩ ବାଳିକା ବର୍ଗରେ ଛାତ୍ରୀ ସୁନୀତା ସାହୁ ଚାମ୍ପିଅନ ହୋଇଥିବା ବେଳେ ବାଳକ ବର୍ଗରେ ଛାତ୍ର ପ୍ରମୋଦ ଦେହେରୀ ଚାମ୍ପିଅନ ହୋଇଥିଲେ। ଇତିହାସ ଅଧ୍ୟାପକ ଆଶିଷ କୁମାର, କ୍ରୀଡ଼ା ଶିକ୍ଷକ ଅଭିନନ୍ଦନ ପୂଜାରୀ, ସରିତା ମିଶ୍ର, ପ୍ରତିଭା ଭୋଇ ଓ କୃତିବାସ ଶତପଥୀ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ। ସେହିପରି ଅଧ୍ୟାପିକା ସୁପ୍ରଭା ନନ୍ଦ, ନିତାରାଣୀ ପଧାନ, ପୂଜା ରାଣୀ ମେହେର, ସୋନାଲି ମହାକୁର ପ୍ରମୁଖ ପୁରସ୍କାର ବିତରଣ ତଥା ମାନପତ୍ର ବଣ୍ଟନରେ ସହଯୋଗ କରିଥିଲେ। ଏଥିସହ ଅଧ୍ୟାପକ ମାଧବ ପଧାନ, ଜିତେନ୍ଦ୍ର କୁମାର ସାହୁ, ସିଦ୍ଧେଶ୍ୱର ତ୍ରୀପାଠୀ, ପ୍ରଭାତ ପୁରୋହିତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଓଡ଼ିଆ ଅଧ୍ୟାପିକା ଯାମିନୀ ଦାଶ ସଭାକାର୍ଯ୍ୟକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ